ମଦ୍ୟପ ସ୍ୱାମୀକୁ ହତ୍ୟା କରି ଦୁଇ ଦିନ ଶବ ସହିତ ଶୋଇଥିଲା ସ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ମହିଳା ତାଙ୍କ ମଦ୍ୟପ ସ୍ୱାମୀଙ୍କୁ ହତ୍ୟା କରି ଦେଇଛନ୍ତି। ହତ୍ୟା କରିବା ପରେ ଦୁଇ ଦିନ ପର୍ଯ୍ୟନ୍ତ ସେ ଶବକୁ ଘରେ ଲୁଚାଇ ରଖିଥିଲେ। ଘରେ ଯେଉଁ ସ୍ଥାନରେ ଶବଟିକୁ ରଖିଥିଲେ ସେଇଠି ମଧ୍ୟ ସେ ଶୋଉଥିଲେ। କେହି ବି ଜାଣିପାରି ନ ଥିଲେ ଏ ସଂପର୍କରେ। ତେବେ ଅନ୍ତିମ ସଂସ୍କାର ସମୟରେ ଜଣେ ବ୍ୟକ୍ତିଙ୍କର ସନ୍ଦେହ ହେଲା। ସେ ସଙ୍ଗେ ସଙ୍ଗେ ପୋଲିସ୍‌କୁ ସୂଚନା ଦେଲେ। ତଦନ୍ତ ପରେ ପୋଲିସ୍ ଉକ୍ତ […]

murder

murder

Rakesh Mallick
  • Published: Thursday, 27 July 2017
  • Updated: 27 July 2017, 02:06 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ମହିଳା ତାଙ୍କ ମଦ୍ୟପ ସ୍ୱାମୀଙ୍କୁ ହତ୍ୟା କରି ଦେଇଛନ୍ତି। ହତ୍ୟା କରିବା ପରେ ଦୁଇ ଦିନ ପର୍ଯ୍ୟନ୍ତ ସେ ଶବକୁ ଘରେ ଲୁଚାଇ ରଖିଥିଲେ। ଘରେ ଯେଉଁ ସ୍ଥାନରେ ଶବଟିକୁ ରଖିଥିଲେ ସେଇଠି ମଧ୍ୟ ସେ ଶୋଉଥିଲେ। କେହି ବି ଜାଣିପାରି ନ ଥିଲେ ଏ ସଂପର୍କରେ। ତେବେ ଅନ୍ତିମ ସଂସ୍କାର ସମୟରେ ଜଣେ ବ୍ୟକ୍ତିଙ୍କର ସନ୍ଦେହ ହେଲା। ସେ ସଙ୍ଗେ ସଙ୍ଗେ ପୋଲିସ୍‌କୁ ସୂଚନା ଦେଲେ। ତଦନ୍ତ ପରେ ପୋଲିସ୍ ଉକ୍ତ ମହିଳାଙ୍କୁ ଗିରଫ କରିଛି।

କାରଣ:

ଘଟଣାଟି ଦିଲ୍ଲୀର କାପସହେଡ଼ା ଅଞ୍ଚଳର। ଅଭିଯୁକ୍ତ ଶିଳ୍ପୀ ଅଧିକାରୀ (୩୨) ତାଙ୍କ ସ୍ୱାମୀ ନୀତୀଶଙ୍କ ସହିତ ଗୋଟିଏ ବଖରା ବିଶିଷ୍ଟ ଭଡ଼ା ଘରେ ରହୁଥିଲେ। ଶିଳ୍ପୀ ଘର ଘର ବୁଲି ସଫେଇ କରନ୍ତି। ତାଙ୍କ ସ୍ୱାମୀ ସବୁବେଳେ ମଦ ପିଇ ତାଙ୍କୁ ପିଟୁଥିଲେ। ଏଥିରେ ଅତିଷ୍ଠ ହୋଇ ସେ ତା’ ସ୍ୱାମୀକୁ ମାରିବାକୁ ଯୋଜନା କଲେ।

କେମିତି ମାରିଲେ:

ଶନିବାର ରାତିରେ ଶିଳ୍ପୀଙ୍କୁ ଯୋଜନା ମୁତାବକ ମଉକା ମିଳିଗଲା। ସେ ତା ଆଡୁ ପାର୍ଟି ଦେବ କହି ନୀତୀଶଙ୍କୁ ଏକ ମଦ ବୋତଲ ଦେଇଥିଲେ। ଅତ୍ୟଧିକ ମଦ ପିଇବା ପରେ ନୀତୀଶଙ୍କୁ ନିଶା ହୋଇଗଲା। ଏହାର ଫାଇଦା ଉଠାଇ ଶିଳ୍ପୀ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ତା’ପରେ ଶବକୁ ଦୁଇ ଦିନ ପର୍ଯ୍ୟନ୍ତ ଘରେ ରଖିଥିଲେ। ଶବକୁ କେମିତି ହଟାଇବେ ସେ ନେଇ ତାଙ୍କ ମୁଣ୍ଡକୁ କିଛି ବୁଦ୍ଧି ଜୁଟିଲା ନାହିଁ। ଏହା ପରେ ସେ କାନ୍ଦିବାର ନାଟକ କଲେ। ପଡ଼ୋଶୀ ଲୋକେ ଆସିବା ପରେ ସେ କହିଲେ ଯେ ନୀତୀଶଙ୍କର ହାର୍ଟ ଆଟାକ୍‌ରେ ମୃତ୍ୟୁ ହୋଇଯାଇଛି। ଲୋକେ ବି ତାଙ୍କ କଥାକୁ ବିଶ୍ୱାସ କଲେ ଏବଂ ଅନ୍ତିମ ସଂସ୍କାର ପାଇଁ ବ୍ୟବସ୍ଥା କଲେ। ତେବେ ଶ୍ମଶାନରେ ହିଁ ଜଣେ ବ୍ୟକ୍ତିଙ୍କର ସନ୍ଦେହ ହେବାରୁ ଧରା ପଡ଼ି ଥିଲେ ଶିଳ୍ପୀ। ପୋଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ସତ ପଦାକୁ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos