ୟାଜଦାନୀ ଇଣ୍ଟରନ୍ୟାସନାଲ ସଂସ୍ଥା ଉପରେ ଆୟକର ବିଭାଗର ଚଢ଼ାଉ 

କଟକ: ୟାଜଦାନୀ ଇଣ୍ଟରନ୍ୟାସନାଲ ସଂସ୍ଥା ଉପରେ ଆଜି ଆୟକର ବିଭାଗ  ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଲିଙ୍କରେ ସିରାଜଉଦ୍ଦିନ କମ୍ପାନୀର ଯୋଡ଼ା ଅଫିସ, ବଳଦାରେ ଥିବା ଖଣି ଅଞ୍ଚଳ, ଭୁବନେଶ୍ୱରରେ ଥିବା ଅଫିସ୍‌, କମ୍ପାନୀ ମାଲିକଙ୍କ ବାସଭବନ, କୋଲକାତାରେ ଥିବା ଅଫିସ୍‌ ଓ ବାସଭବନ ଏବଂ ଭୁବନେଶ୍ୱର ନିକଟ ପାହାଳରେ ଥିବା ସିଗନେଜର ହାଇଟସ୍‌ରେ ଥିବା ତ୍ରିବେଣୀ ଆର୍ଥ ମୁଭର୍ସର ଅଫିସ ଉପରେ ଆଜି ଏକ କାଳୀନ ଚଢ଼ାଉ କରାଯାଇଛି।

ସିରାଜୁଦ୍ଦିନ ଖଣି କାର୍ଯ୍ୟାଳୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରିଥିବା ସୂଚନା ମିଳିଛି।