୧୧ଦଫା ଦାବି ନେଇ ଅଗଷ୍ଟ ୧ରୁ ଆନ୍ଦୋଳନ କରିବ ଓମ୍ସା
ଭୁବନେଶ୍ୱର: କେନ୍ଦ୍ର ହାରରେ ଦରମା ଓ ପଦୋନ୍ନତି, ଅବସର ବୟସ ସୀମା ୬୨କୁ ଅଧିକ ବୃଦ୍ଧି ନ କରିବା ଓ ଓମ୍ସାର କ୍ୟାଡର୍ ପୁନର୍ଗଠନ ଭଳି ୧୧ ଦଫା ଦାବି ନେଇ ଅଗଷ୍ଟ ୧ରୁ ରାଜଧାନୀରେ ଆନ୍ଦୋଳନ କରିବ ଓଡ଼ିଶା ମେଡିକାଲ ସର୍ଭିସ୍ ଆସୋସିଏସନ୍-ଓମ୍ସା। ପୂର୍ବରୁ ଏହି ଦାବି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସହିତ ଆଲୋଚନା ହୋଇଥିଲେ ମଧ୍ୟ ସୁଫଳ ବାହାରି ନାହିଁ। ଜୁଲାଇ ଶେଷ ସୁଦ୍ଧା ଦାବି ପୂରଣ ନ ହେଲେ ଆନ୍ଦୋଳନ […]
ଭୁବନେଶ୍ୱର: କେନ୍ଦ୍ର ହାରରେ ଦରମା ଓ ପଦୋନ୍ନତି, ଅବସର ବୟସ ସୀମା ୬୨କୁ ଅଧିକ ବୃଦ୍ଧି ନ କରିବା ଓ ଓମ୍ସାର କ୍ୟାଡର୍ ପୁନର୍ଗଠନ ଭଳି ୧୧ ଦଫା ଦାବି ନେଇ ଅଗଷ୍ଟ ୧ରୁ ରାଜଧାନୀରେ ଆନ୍ଦୋଳନ କରିବ ଓଡ଼ିଶା ମେଡିକାଲ ସର୍ଭିସ୍ ଆସୋସିଏସନ୍-ଓମ୍ସା। ପୂର୍ବରୁ ଏହି ଦାବି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସହିତ ଆଲୋଚନା ହୋଇଥିଲେ ମଧ୍ୟ ସୁଫଳ ବାହାରି ନାହିଁ। ଜୁଲାଇ ଶେଷ ସୁଦ୍ଧା ଦାବି ପୂରଣ ନ ହେଲେ ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।