୭ରୁ ଚାନ୍ଦିପୁର ବେଳାଭୂମି ମହୋତ୍ସବ

ବାଲେଶ୍ୱର: ଆସନ୍ତା ୭ ତାରିଖରୁ ଆରମ୍ଭ ହେବ ଚାନ୍ଦିପୁର ବେଳାଭୂମି  ମହୋତ୍ସବ। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ବେଳାଭୂମିରେ ଏହା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମହୋତ୍ସବରେ ବାଲେଶ୍ୱରଠାରୁ ଚାନ୍ଦିପୁର ପର୍ଯ୍ୟନ୍ତ ମାରାଥନ ଦୌଡ଼ ହେବା ସହ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ଲୋକକଳା ପ୍ରଦର୍ଶନ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଏହି ଅବସରରେ ପ୍ରତିରକ୍ଷା ବିଭାଗ ତରଫରୁ ସମୁଦ୍ରକୂଳରେ ପୂର୍ବତନ ରାଷ୍ଟ୍ରପତି ଡ଼ଃ ଏପିଜେ ଅବଦୁଲ କାଲାମଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବ।

baleswara-beach-festiwal

Rakesh Mallick
  • Published: Tuesday, 05 January 2016
  • , Updated: 05 January 2016, 10:09 AM IST

Related story