ଆନନ୍ଦପୁର: ମଦ ଭାଟି ସ୍ଥାନାନ୍ତର ଦାବିରେ ମହିଳାଙ୍କ ଧାରଣା

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଘସିପୁରା ଥାନା ଅନ୍ତର୍ଗତ କେଶଦୁରାପାଳ ଗାଁରେ ଥିବା ଏକ ଦେଶୀ ମଦଭାଟି ସ୍ଥାନାନ୍ତର ଦାବିରେ ଶୁକ୍ରାବର ମହିଳାମାନେ ମଦଭାଟି ସମ୍ମୁଖରେ ଧାରଣାରେ ବସିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି, ଭାଟିରେ ମଦ ପ୍ରସ୍ତୁତ ବେଳେ ଅପମିଶ୍ରଣ କରାଯାଉଛି। ଏହାକୁ ପିଇ ଗାଁର ଲୋକେ ମୃତ୍ୟୁମୁଖରେ ପଡୁଛନ୍ତି। ମଦଭାଟିକୁ ଏଠାରୁ ସ୍ଥାନାନ୍ତର କରାଯିବାକୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ମହିଳାମାନେ ଅଭିଯୋଗ କରି ଧାରଣାରେ […]

dhrana

Rakesh Mallick
  • Published: Friday, 27 November 2015
  • , Updated: 27 November 2015, 11:21 AM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଘସିପୁରା ଥାନା ଅନ୍ତର୍ଗତ କେଶଦୁରାପାଳ ଗାଁରେ ଥିବା ଏକ ଦେଶୀ ମଦଭାଟି ସ୍ଥାନାନ୍ତର ଦାବିରେ ଶୁକ୍ରାବର ମହିଳାମାନେ ମଦଭାଟି ସମ୍ମୁଖରେ ଧାରଣାରେ ବସିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି, ଭାଟିରେ ମଦ ପ୍ରସ୍ତୁତ ବେଳେ ଅପମିଶ୍ରଣ କରାଯାଉଛି। ଏହାକୁ ପିଇ ଗାଁର ଲୋକେ ମୃତ୍ୟୁମୁଖରେ ପଡୁଛନ୍ତି। ମଦଭାଟିକୁ ଏଠାରୁ ସ୍ଥାନାନ୍ତର କରାଯିବାକୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ମହିଳାମାନେ ଅଭିଯୋଗ କରି ଧାରଣାରେ ବସିଛନ୍ତି। ଏହାକୁ ନେଇ ମଦ ଭାଟି ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଘସିପୁରା ତହସିଲଦାର, ଥାନା ଅଧିକାରୀ ଓ ଅବକାରୀ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ମହିଳାଙ୍କ ସହ ଆଲୋଚନା କରିଛନ୍ତି।

Related story