କୋରାପୁଟ: ଅନିୟମିତତା ଅଭିଯୋଗ କରି ହଷ୍ଟେଲ୍ ଛାଡ଼ି ଚାଲିଗଲେ ୮୦ ଛାତ୍ରୀ

କୋରାପୁଟ: ପରଜା ବେଡ଼ାପଦର ଗ୍ରାମରେ ଥିବା ବାଳିକା ହଷ୍ଟେଲରେ ଖାଇବାକୁ ଦେବାରେ ଅନିୟମିତତା ଓ ହଷ୍ଟେଲ ରୋଷେୟା ମଦ୍ୟପ ଅବସ୍ଥାରେ ରହୁଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କରି ୮୦ଜଣ ଛାତ୍ରୀ ହଷ୍ଟେଲ ଛାଡ଼ି ଚାଲିଯାଇଛନ୍ତି । ଏ ନେଇ ସେମାନେ ବିଦ୍ୟାଳୟ ସଭାପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ହଷ୍ଟେଲ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ଅଧିକାଂଶ ସମୟରେ ଅନୁପସ୍ଥିତ ରହୁଥିବାରୁ ଏଭଳି ଘଟଣା ଘଟୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପରେ ଗ୍ରାମବାସୀ ବୁଝାଶୁଝା କରିବା ପରେ […]

koraput

Rakesh Mallick
  • Published: Monday, 30 November 2015
  • , Updated: 30 November 2015, 10:02 AM IST

କୋରାପୁଟ: ପରଜା ବେଡ଼ାପଦର ଗ୍ରାମରେ ଥିବା ବାଳିକା ହଷ୍ଟେଲରେ ଖାଇବାକୁ ଦେବାରେ ଅନିୟମିତତା ଓ ହଷ୍ଟେଲ ରୋଷେୟା ମଦ୍ୟପ ଅବସ୍ଥାରେ ରହୁଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କରି ୮୦ଜଣ ଛାତ୍ରୀ ହଷ୍ଟେଲ ଛାଡ଼ି ଚାଲିଯାଇଛନ୍ତି । ଏ ନେଇ ସେମାନେ ବିଦ୍ୟାଳୟ ସଭାପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ହଷ୍ଟେଲ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ଅଧିକାଂଶ ସମୟରେ ଅନୁପସ୍ଥିତ ରହୁଥିବାରୁ ଏଭଳି ଘଟଣା ଘଟୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପରେ ଗ୍ରାମବାସୀ ବୁଝାଶୁଝା କରିବା ପରେ ୩ଜଣ ଛାତ୍ରୀ ହଷ୍ଟେଲକୁ ଫେରିଛନ୍ତି। ଅନ୍ୟମାନଙ୍କୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରହିଛି ବୋଲି ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।

Related story