ବଲାଙ୍ଗିର: ବ୍ରଜରାଜ ନଗର ବିଧାୟିକା ରାଧାରାଣୀ ପଣ୍ଡା ଗତ ବିଧାନସଭାରେ ସ୍ୱତନ୍ତ୍ର କୋଶଳ ପ୍ରଦେଶ ପ୍ରସଙ୍ଗ ଉଠାଉ ଥିବା ବେଳେ ଏହାକୁ ବିରୋଧ କରିଥିଲେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତଥା ଅନ୍ୟ କିଛି ବିଧାୟକ। ଏହି ଘଟଣାକୁ ତୀବ୍ର ବିରୋଧ କରିଛି ବଲାଙ୍ଗିର କୋଶଳ ଯୁବ ଛାତ୍ର ସମନ୍ୱୟ ସମିତି। ସମିତିର କର୍ମକର୍ତ୍ତା ବଲାଙ୍ଗିର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କୁଶ ପୁତ୍ତଲିକା ଦାହ କରିଥିଲେ। ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବିକୁ ବିରୋଧ କରୁଥିବା ବିଧାୟକ ମାନଙ୍କୁ କୋଶଳ ଯୁବ ଛାତ୍ର ସମନ୍ୱୟ ସମିତି ବିରୋଧ କରିବ ବୋଲି କହିଛନ୍ତି ସମିତିର ସଭାପତି।