ବଲାଙ୍ଗିର: ପାଟଣାଗଡର ମରୁଡିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ବିରୋଧୀ ଦଳ ନେତା

ବଲାଙ୍ଗିର: ବିରୋଧୀ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ମରୁଡ଼ିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଓ ସ୍ଥିତିର ସମୀକ୍ଷା କରିଛନ୍ତି। ପାଟଣାଗଡ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ସେ ଉପଖଣ୍ଡ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ତା’ପରେ ସେ ପାଟଣାଗଡ ଓ ଖପ୍ରାଖୋଲ ବ୍ଳକର ଯୋଗୀମୁଣ୍ଡା, ବାଙ୍କିବାହାଲ ଏବଂ ବାଲିପଟା ଗ୍ରାମକୁ ଯାଇ ମରୁଡ଼ି ସ୍ଥିତି ଦେଖିଥିଲେ। ସେଠାରେ ସେ ଚାଷୀମାନଙ୍କ ସହିତ ମରୁଡ଼ି ନେଇ ଆଲୋଚନା ମଧ୍ୟ କରିଥିଲେ। […]

patanagarh

Rakesh Mallick
  • Published: Monday, 28 September 2015
  • , Updated: 28 September 2015, 08:55 AM IST

ବଲାଙ୍ଗିର: ବିରୋଧୀ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ମରୁଡ଼ିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଓ ସ୍ଥିତିର ସମୀକ୍ଷା କରିଛନ୍ତି। ପାଟଣାଗଡ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ସେ ଉପଖଣ୍ଡ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ତା’ପରେ ସେ ପାଟଣାଗଡ ଓ ଖପ୍ରାଖୋଲ ବ୍ଳକର ଯୋଗୀମୁଣ୍ଡା, ବାଙ୍କିବାହାଲ ଏବଂ ବାଲିପଟା ଗ୍ରାମକୁ ଯାଇ ମରୁଡ଼ି ସ୍ଥିତି ଦେଖିଥିଲେ। ସେଠାରେ ସେ ଚାଷୀମାନଙ୍କ ସହିତ ମରୁଡ଼ି ନେଇ ଆଲୋଚନା ମଧ୍ୟ କରିଥିଲେ। ଏ ସମସ୍ତ ଅଞ୍ଚଳକୁ ମରୁଡ଼ି ଘୋଷଣା କରିବା ପାଇଁ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରାଯିବ ବୋଲି ସେ ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ବିରୋଧୀ ଦଳ ନେତାଙ୍କ ସହ ପାଟଣାଗଡ ଉପଜିଲ୍ଲାପାଳ, ପାଟଣାଗଡ ବିଡିଓ ଓ ଖପ୍ରାଖୋଲ ତହସିଲଦାରଙ୍କ ସହ କୃଷି ବିଭାଗକ ଅଧିକାରୀମାନେ ଯୋଗ ଦେଇଥିଲେ।

Related story