ନିଲମ୍ୱିତ କନଷ୍ଟେବଳଙ୍କ ଆତ୍ମହତ୍ୟା!

ବାରିପଦା: ଚାକିରିରୁ ସସ୍‌ପେଣ୍ଡ ହୋଇଥିବା କନ୍‌ଷ୍ଟେବଳଙ୍କ ଆତ୍ମହତ୍ୟା ସନ୍ଦେହ। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ପାଟପୁର ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବଡ଼ସାହି ଆଗୁଆଡ଼ ଗାଁର ଗଣେଶ୍ୱର ମାରାଣ୍ଡି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ କିଛି ଦିନ ତଳେ ତାଙ୍କୁ ଚାକିରିରୁ ସସ୍‌ପେଣ୍ଡ କରାଯାଇଥିଲା। ସେ ଭଦ୍ରକ ବାଁଶଡ଼ା ଫାଣ୍ଡିରେ କାମ କରୁଥିଲେ। ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ମୃତଦେହ ଜବତ କରି […]

police 2

Rakesh Mallick
  • Published: Wednesday, 07 June 2017
  • , Updated: 07 June 2017, 04:04 PM IST

ବାରିପଦା: ଚାକିରିରୁ ସସ୍‌ପେଣ୍ଡ ହୋଇଥିବା କନ୍‌ଷ୍ଟେବଳଙ୍କ ଆତ୍ମହତ୍ୟା ସନ୍ଦେହ। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ପାଟପୁର ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବଡ଼ସାହି ଆଗୁଆଡ଼ ଗାଁର ଗଣେଶ୍ୱର ମାରାଣ୍ଡି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ କିଛି ଦିନ ତଳେ ତାଙ୍କୁ ଚାକିରିରୁ ସସ୍‌ପେଣ୍ଡ କରାଯାଇଥିଲା। ସେ ଭଦ୍ରକ ବାଁଶଡ଼ା ଫାଣ୍ଡିରେ କାମ କରୁଥିଲେ। ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story