ଭଦ୍ରକ: ଧାନ ବିକ୍ରି ପାଇଁ ଅନୁମତି ଦିଆଯାଉ ନ ଥିବା ପ୍ରତିବାଦରେ ଏସଏସଜି କର୍ମକର୍ତ୍ତାଙ୍କ ଧାରଣା

ଭଦ୍ରକ: ଧାନ ବିକ୍ରି ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଅନୁମତି ଦିଆ ଯାଉ ନ ଥିବା ପ୍ରତିବାଦରେ  ଏସଏସଜିର କର୍ମକର୍ତ୍ତାମାନେ ଆଜି ଭଦ୍ରକ ଯୋଗାଣ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ନିୟମ ଅନୁସାରେ ଜିଲ୍ଲା ଯୋଗାଣ ବିଭାଗରୁ ଅନୁମତି ପାଇ ଏସଏସଜିର କର୍ମକର୍ତ୍ତାମାନେ ଧାନ ବ୍ୟବସାୟ କରି ଆସୁଥିଲେ। ଚଳିତ ବର୍ଷ ଉଦ୍ଦେଶ୍ୟ ମୂଳକ ଭାବେ ଏସଏସଜିର କର୍ମକର୍ତ୍ତାମାନଙ୍କୁ ଧାନ ବ୍ୟବସାୟ ପାଇଁ ଅନୁମତି ଦିଆଯାଇ ନାହିଁ। ଫଳରେ ସମିତିଗୁଡ଼ିକ […]

bhadrak- darana

Rakesh Mallick
  • Published: Monday, 29 February 2016
  • , Updated: 29 February 2016, 12:58 PM IST

ଭଦ୍ରକ: ଧାନ ବିକ୍ରି ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଅନୁମତି ଦିଆ ଯାଉ ନ ଥିବା ପ୍ରତିବାଦରେ  ଏସଏସଜିର କର୍ମକର୍ତ୍ତାମାନେ ଆଜି ଭଦ୍ରକ ଯୋଗାଣ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ନିୟମ ଅନୁସାରେ ଜିଲ୍ଲା ଯୋଗାଣ ବିଭାଗରୁ ଅନୁମତି ପାଇ ଏସଏସଜିର କର୍ମକର୍ତ୍ତାମାନେ ଧାନ ବ୍ୟବସାୟ କରି ଆସୁଥିଲେ। ଚଳିତ ବର୍ଷ ଉଦ୍ଦେଶ୍ୟ ମୂଳକ ଭାବେ ଏସଏସଜିର କର୍ମକର୍ତ୍ତାମାନଙ୍କୁ ଧାନ ବ୍ୟବସାୟ ପାଇଁ ଅନୁମତି ଦିଆଯାଇ ନାହିଁ। ଫଳରେ ସମିତିଗୁଡ଼ିକ ଉପରେ ଗତ ୧୦ବର୍ଷ ଧରି ନିର୍ଭର କରି ଆସୁଥବା ଚାଷୀମାନେ ଉପାର୍ଜିତ ଧାନକୁ ଧାର୍ଯ୍ୟ ସରକାରୀ ମୂଲ୍ୟରେ ବିକ୍ରି କରିପାରୁ ନାହାନ୍ତି। ଧାନ କ୍ରୟ ପାଇଁ ଅନୁମତି ନ ମିଳିଲେ ଧାରଣା ଦେବେ ବୋଲି ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଏସଏସଜି ପକ୍ଷରୁ ଚେତାବନୀ ଦିଆଯାଇଥିଲା। ମାତ୍ର ଅନୁମତି ନ ମିଳିବାରୁ କୁନ୍ତଳାଶୁଣି ଏସଏସଜି ମିଶନ ଶକ୍ତି ଗ୍ରୁପ, ରାମେଶ୍ୱର ମିଶନ ଶକ୍ତି ଏସଏସଜି ଓ ମା’ ରଙ୍ଗମହଲ ଏସଏସଜିର ସଭାନେତ୍ରୀ,ସମ୍ପାଦିକାମାନେ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ଆଗରେ ଧାନ ରଖି ଧାରଣା ଦେଇଛନ୍ତି।

Related story