ଭଦ୍ରକ: ଟ୍ରାକ୍ଟର ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଆହତ

ଭଦ୍ରକ: ଭଦ୍ରକ ଜିଲ୍ଲା ଆଖଣ୍ଡଳମଣୀ ରାସ୍ତାର କୋର୍କରା ଲ’ କଲେଜ ଛକ ନିକଟରେ ଟ୍ରାକ୍ଟର ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ  ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ହେଲେ ଶହିଦନଗର କଟସାହି ପଥରଡିହା ଗାଁର ସୁଭଦ୍ରା ସାହୁ। ଆହତମାନେ ହେଲେ ଦେବେନ୍ଦ୍ର ସାହୁ ଓ ତାଙ୍କ ପତ୍ନୀ ଅନୁମା ସାହୁ।  ଆହତମାନଙ୍କୁ ଭଦ୍ରକ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି। ବାଇକରେ ମା’ ସହିତ […]

t

Rakesh Mallick
  • Published: Wednesday, 18 May 2016
  • , Updated: 18 May 2016, 08:09 AM IST

ଭଦ୍ରକ: ଭଦ୍ରକ ଜିଲ୍ଲା ଆଖଣ୍ଡଳମଣୀ ରାସ୍ତାର କୋର୍କରା ଲ’ କଲେଜ ଛକ ନିକଟରେ ଟ୍ରାକ୍ଟର ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ  ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ହେଲେ ଶହିଦନଗର କଟସାହି ପଥରଡିହା ଗାଁର ସୁଭଦ୍ରା ସାହୁ। ଆହତମାନେ ହେଲେ ଦେବେନ୍ଦ୍ର ସାହୁ ଓ ତାଙ୍କ ପତ୍ନୀ ଅନୁମା ସାହୁ।  ଆହତମାନଙ୍କୁ ଭଦ୍ରକ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି।

ବାଇକରେ ମା’ ସହିତ ଯାଉଥିବା ୨୪ ଦିନର ଶିଶୁଟି ଅଳ୍ପକେ ବଞ୍ଚିଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଭଦ୍ରକ ଆଖଣ୍ଡଳମଣୀ ରାସ୍ତାକୁ ଅବରୋଧ କରିଥିଲେ।  ଖବର ପାଇ ଗ୍ରାମାଞ୍ଚଳ ଥାନା ପୋଲିସ୍, ଭଦ୍ରକ ଏସଡିଓ ସୁଧାକର ଜେନା, ତହସିଲଦାର ସରୋଜ ଦାସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଅବରୋଧକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ତହସିଲଦାର ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ସହାୟତା ଯୋଗାଇବା  ଦେବା ସହିତ ଉକ୍ତ ରାସ୍ତାରେ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ମାଟି ବୋଝେଇ ଟ୍ରାକ୍ଟର ଚଳାଚଳକୁ ବନ୍ଦ ରଖାଯିବ ବୋଲି ପ୍ରତିଶ୍ରୁତି  ଦେଇଥିଲେ।

Related story