ଭଦ୍ରକ: ସାର ଗୋଦାମ ଉପରେ ଭିଜିଲାନ୍ସ ଚଢ଼ାଉ

ଭଦ୍ରକ:ଭଦ୍ରକର ଦୁଇଟି ସାର ଗୋଦାମ ଉପରେ ଭିଜିଲାନ୍ସ ଚଢ଼ାଉ କରିଛି। ଭିଜିଲାନ୍ସ ଡିଏସପି ବନମାଳୀ ଧଳଙ୍କ ନେତୃତ୍ୱରେ ଗୋଟିଏ ଟିମ ଜିଲ୍ଲା ଆରଏମସି ପରିସରରେ ଥିବା ମାର୍କଫେଡ ଗୋଦାମରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୪୩୫୧ ବସ୍ତା ୟୁରିଆ ସାର ଗୋଦାମରେ ଥିବା ଜଣାପଡିଥିଲା। ଗୋଦାମରେ କେତେ ଷ୍ଟକ ରହିବା କଥା ଯାଞ୍ଚ ଚାଲିଛି। ଷ୍ଟକ ଅନୁଯାୟୀ ସାର ଗଚ୍ଛିତ ରହିଛି କି ନାହିଁ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଉଛି। ସେହିପରି ଚରମ୍ପା ସ୍ଥିତ ହନୁମାନ ଷ୍ଟୋର […]

bhadrak

Rakesh Mallick
  • Published: Tuesday, 08 September 2015
  • , Updated: 08 September 2015, 05:20 AM IST

ଭଦ୍ରକ:ଭଦ୍ରକର ଦୁଇଟି ସାର ଗୋଦାମ ଉପରେ ଭିଜିଲାନ୍ସ ଚଢ଼ାଉ କରିଛି। ଭିଜିଲାନ୍ସ ଡିଏସପି ବନମାଳୀ ଧଳଙ୍କ ନେତୃତ୍ୱରେ ଗୋଟିଏ ଟିମ ଜିଲ୍ଲା ଆରଏମସି ପରିସରରେ ଥିବା ମାର୍କଫେଡ ଗୋଦାମରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୪୩୫୧ ବସ୍ତା ୟୁରିଆ ସାର ଗୋଦାମରେ ଥିବା ଜଣାପଡିଥିଲା। ଗୋଦାମରେ କେତେ ଷ୍ଟକ ରହିବା କଥା ଯାଞ୍ଚ ଚାଲିଛି। ଷ୍ଟକ ଅନୁଯାୟୀ ସାର ଗଚ୍ଛିତ ରହିଛି କି ନାହିଁ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଉଛି। ସେହିପରି ଚରମ୍ପା ସ୍ଥିତ ହନୁମାନ ଷ୍ଟୋର ଉପରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି।

Related story