ବ୍ରହ୍ମପୁର ତ୍ରାହି ଅଚ୍ୟୁତ ଆଶ୍ରମ ବିରୋଧରେ ଜମି ଠକେଇ ଅଭିଯୋଗ

ବ୍ରହ୍ମପୁର: ବ୍ରହ୍ମପୁର ନିକଟ ଛତ୍ରପୁରରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମର ଗଞ୍ଜାମ ଜିଲ୍ଲା ଶାଖା ଏବେ ବିବାଦ ଘେରରେ। ୨୦୧୩ ମସିହାରେ ବ୍ରହ୍ମପୁରର ମୋଚିରାମ ସାହୁ ନାମକ ଜଣେ ବ୍ୟକ୍ତିଙ୍କଠାରୁ ସୁରେନ୍ଦ୍ର ମିଶ୍ର ଓରଫ ସୁର ବାବା ଜମି ଠକେଇ କରିଥିବା ଅଭିଯୋଗ ହୋଇଛି। ମୋଚିରାମ୍ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ସେ ଆଶ୍ରମ ନାଁରେ ଜମି କିଣି ପ୍ରାପ୍ୟ ବାବଦ ୧୬ ଲକ୍ଷ ୮୪ହଜାର ଟଙ୍କା ତାଙ୍କୁ ଦେଇନଥିବା ସେ ଅଭିଯୋଗ କରିଛନ୍ତି। ପୁଅର […]

vlcsnap-2015-09-04-08h28m37s720

Rakesh Mallick
  • Published: Friday, 04 September 2015
  • , Updated: 04 September 2015, 03:02 AM IST

ବ୍ରହ୍ମପୁର: ବ୍ରହ୍ମପୁର ନିକଟ ଛତ୍ରପୁରରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମର ଗଞ୍ଜାମ ଜିଲ୍ଲା ଶାଖା ଏବେ ବିବାଦ ଘେରରେ। ୨୦୧୩ ମସିହାରେ ବ୍ରହ୍ମପୁରର ମୋଚିରାମ ସାହୁ ନାମକ ଜଣେ ବ୍ୟକ୍ତିଙ୍କଠାରୁ ସୁରେନ୍ଦ୍ର ମିଶ୍ର ଓରଫ ସୁର ବାବା ଜମି ଠକେଇ କରିଥିବା ଅଭିଯୋଗ ହୋଇଛି। ମୋଚିରାମ୍ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ସେ ଆଶ୍ରମ ନାଁରେ ଜମି କିଣି ପ୍ରାପ୍ୟ ବାବଦ ୧୬ ଲକ୍ଷ ୮୪ହଜାର ଟଙ୍କା ତାଙ୍କୁ ଦେଇନଥିବା ସେ ଅଭିଯୋଗ କରିଛନ୍ତି। ପୁଅର ଦେହ ଭଲ କରାଇଦେବେ ବୋଲି ପ୍ରଲୋଭନ ଦେଇ ମୋଚିରାମଙ୍କ ପାଞ୍ଚ ଭରଣ ଜମିକୁ ଠକେଇ କରି ନେଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛତ୍ରପୁର ଥାନା ମୋଚିରାମ୍ ଏକ ଏତଲା ଦାୟର କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Related story