ବ୍ରହ୍ମପୁରରେ ଟ୍ରକ୍-ବୋଲେରୋ ଧକ୍କା: ଜଣେ ମହିଳା ମୃତ, ୪ ଶିଶୁଙ୍କ ସମେତ ୧୪ ଆହତ

ବ୍ରହ୍ମପୁର: ଛତ୍ରପୁର ପେଟ୍ରୋଲ ପମ୍ପ ନିକଟରେ ଆଜି ସକାଳେ ଏକ ଟ୍ରକ୍‌ ବୋଲେରୋ ପଛପଟୁ ଧକ୍କା ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।ମୃତକଙ୍କ ନାଁ ମୀନତି ଦାସ। ଏହି ଦୁର୍ଘଟଣାରେ ୪ଜଣ ଶିଶୁଙ୍କ ସମେତ ୧୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଛତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଯାଜପୁର ରାଇଛନ୍ଦ ଗାଁରୁ ୧୫ଜଣ ବୋଲେରୋରେ ପିକ୍‌ନିକ ପାଇଁ ଯାଉଥିଲେ। ଭୋର ପ୍ରାୟ ୫ଟାରେ ଛତ୍ରପୁର ଦୟା ପେଟ୍ରୋଲ ପମ୍ପ ଆଗରେ […]

accident

Rakesh Mallick
  • Published: Monday, 08 February 2016
  • , Updated: 08 February 2016, 06:21 AM IST

ବ୍ରହ୍ମପୁର: ଛତ୍ରପୁର ପେଟ୍ରୋଲ ପମ୍ପ ନିକଟରେ ଆଜି ସକାଳେ ଏକ ଟ୍ରକ୍‌ ବୋଲେରୋ ପଛପଟୁ ଧକ୍କା ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।ମୃତକଙ୍କ ନାଁ ମୀନତି ଦାସ। ଏହି ଦୁର୍ଘଟଣାରେ ୪ଜଣ ଶିଶୁଙ୍କ ସମେତ ୧୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଛତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଯାଜପୁର ରାଇଛନ୍ଦ ଗାଁରୁ ୧୫ଜଣ ବୋଲେରୋରେ ପିକ୍‌ନିକ ପାଇଁ ଯାଉଥିଲେ। ଭୋର ପ୍ରାୟ ୫ଟାରେ ଛତ୍ରପୁର ଦୟା ପେଟ୍ରୋଲ ପମ୍ପ ଆଗରେ ଏକ ଟ୍ରକ୍‌ ଆସି ବୋଲେରୋକୁ ଧକ୍କା ଦେଇଥିଲା।

Related story