ଭୁବନେଶ୍ୱର: ଭିନ୍ନକ୍ଷମ ଝିଅ ଓ ମାଆ ନିଖୋଜ

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଇଟାମାଟି ଗାଁରୁ ଆସି ଭୁବନେଶ୍ୱର ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ହଷ୍ଟେଲରେ ରହି ତୃତୀୟ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକା ଓ ତାଙ୍କ ମାଆ ନିଖୋଜ ହୋଇଯାଇଛନ୍ତି। ନିଖୋଜ ମାଆ, ଝିଅ ହେଲେ ସ୍ମିତାଶ୍ରୀ ପଟ୍ଟନାୟକ ଏବଂ ଅନ୍ୱେଷା ପଟ୍ଟନାୟକ(୧୦)। ଏ ନେଇ ଅନ୍ୱେଷାଙ୍କ ବାପା ସୁନ୍ଦର ଖାରବେଳ ନଗର ଥାନାରେ ଏତଲା ଦେଇଛନ୍ତି। ସୁନ୍ଦର ତାଙ୍କ ଏତଲାରେ ଦର୍ଶାଇଛନ୍ତି, “ଗତ ରବିବାର ସ୍ମିତାଶ୍ରୀ ସ୍କୁଲରେ ଦରଖାସ୍ତ ଦେଇ ଝିଅ ଅନ୍ୱେଷାକୁ ସାଙ୍ଗରେ ଆଣିଥିଲେ। […]

girl-nikhoja

Rakesh Mallick
  • Published: Thursday, 17 March 2016
  • , Updated: 17 March 2016, 05:33 AM IST

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଇଟାମାଟି ଗାଁରୁ ଆସି ଭୁବନେଶ୍ୱର ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ହଷ୍ଟେଲରେ ରହି ତୃତୀୟ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକା ଓ ତାଙ୍କ ମାଆ ନିଖୋଜ ହୋଇଯାଇଛନ୍ତି। ନିଖୋଜ ମାଆ, ଝିଅ ହେଲେ ସ୍ମିତାଶ୍ରୀ ପଟ୍ଟନାୟକ ଏବଂ ଅନ୍ୱେଷା ପଟ୍ଟନାୟକ(୧୦)। ଏ ନେଇ ଅନ୍ୱେଷାଙ୍କ ବାପା ସୁନ୍ଦର ଖାରବେଳ ନଗର ଥାନାରେ ଏତଲା ଦେଇଛନ୍ତି।

ସୁନ୍ଦର ତାଙ୍କ ଏତଲାରେ ଦର୍ଶାଇଛନ୍ତି, “ଗତ ରବିବାର ସ୍ମିତାଶ୍ରୀ ସ୍କୁଲରେ ଦରଖାସ୍ତ ଦେଇ ଝିଅ ଅନ୍ୱେଷାକୁ ସାଙ୍ଗରେ ଆଣିଥିଲେ। ହେଲେ ସେମାନେ ଘରେ ପହଞ୍ଚି ନାହାନ୍ତି।”

Related story