ଭୁବନେଶ୍ୱର ବିମାନବନ୍ଦରରୁ ଧରାପଡ଼ିଲା ବିଲୁଆ

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଆଜି ଏକ ବିଲୁଆକୁ ଧରାଯାଇଛି। ବିମାନବନ୍ଦରର ପୁରୁଣା ଟର୍ମିନାଲର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍‌ ଟାୱାର ପଛପଟୁ ଏହି ବିଲୁଆକୁ ଧରାଯାଇଛି। ବିମାନବନ୍ଦରର ରନ୍‌ୱେରେ ସମସ୍ୟା କରୁଥିବାରୁ ବିଲୁଆଟିକୁ ଜନ୍ତା ଲଗାଇ ଧରିବାକୁ ବ୍ୟବସ୍ଥା କରାଯାଇଥିଲା। ଆଜି ସକାଳେ ବିଲୁଆଟି ଜନ୍ତା ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ବିମାନବନ୍ଦରରୁ ଧରା ପଡ଼ିଥିବା  ବିଲୁଆଟି ଚନ୍ଦକା ଜଙ୍ଗଲରେ  ଛାଡି ଦିଆଯିବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ବିମାନବନ୍ଦର […]

fox

Rakesh Mallick
  • Published: Tuesday, 19 April 2016
  • , Updated: 19 April 2016, 05:25 PM IST

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଆଜି ଏକ ବିଲୁଆକୁ ଧରାଯାଇଛି। ବିମାନବନ୍ଦରର ପୁରୁଣା ଟର୍ମିନାଲର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍‌ ଟାୱାର ପଛପଟୁ ଏହି ବିଲୁଆକୁ ଧରାଯାଇଛି। ବିମାନବନ୍ଦରର ରନ୍‌ୱେରେ ସମସ୍ୟା କରୁଥିବାରୁ ବିଲୁଆଟିକୁ ଜନ୍ତା ଲଗାଇ ଧରିବାକୁ ବ୍ୟବସ୍ଥା କରାଯାଇଥିଲା। ଆଜି ସକାଳେ ବିଲୁଆଟି ଜନ୍ତା ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ବିମାନବନ୍ଦରରୁ ଧରା ପଡ଼ିଥିବା  ବିଲୁଆଟି ଚନ୍ଦକା ଜଙ୍ଗଲରେ  ଛାଡି ଦିଆଯିବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ବିମାନବନ୍ଦର କର୍ତ୍ତୃପକ୍ଷ ଅପରେସନ୍ ଫକ୍ସ ଜରିଆରେ  ୫ରୁ୬ଟି ବିଲୁଆକୁ ଧରି ବାହାରକୁ ଛାଡିଛନ୍ତି।

Related story