ବିଜେଡି ବିଧାୟକ ପ୍ରମୋଦ ମଲ୍ଲିକଙ୍କ ନାଁରେ ସରକାରୀ ଜମି ଜବରଦଖଲ ଅଭିଯୋଗ, ଲୋକେ ଭାଙ୍ଗିଲେ ପାଚେରୀ

ଭୁବନେଶ୍ୱର: ବିଜେଡି ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକଙ୍କ ନାଁରେ ସରକାରୀ ଜମି ଜବରଦଖଲ ଅଭିଯୋଗ ହୋଇଛି। ଭୁବନେଶ୍ୱର ରସୁଲଗଡ଼ ନିକଟ ଜିଜିପି କଲୋନୀରେ ସେ ଏକ ଗୋଚର ଜମିକୁ ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ଏହି ଗୋଚର ଜମି ନିକଟରେ ପ୍ରମୋଦଙ୍କ ପତ୍ନୀଙ୍କ ନାଁରେ ୨୮୫ ଡେସିମିଲ୍ ଜାଗା ରହିଥିଲା। ସେଥିରୁ ସେ ତାଙ୍କ ଦୁଇ ଝିଅକୁ ୭୨ ଡେସିମିଲ୍ ଲେଖାଏଁ ଯାଗା ଦେଇଥିବା ବେଳେ ବଳକା ଜମି ତାଙ୍କ ନାଁରେ ରହିଛି। ତେବେ ଏହାକୁ ଲାଗି […]

promad-mallick

Rakesh Mallick
  • Published: Monday, 07 September 2015
  • , Updated: 07 September 2015, 04:30 PM IST

ଭୁବନେଶ୍ୱର: ବିଜେଡି ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକଙ୍କ ନାଁରେ ସରକାରୀ ଜମି ଜବରଦଖଲ ଅଭିଯୋଗ ହୋଇଛି। ଭୁବନେଶ୍ୱର ରସୁଲଗଡ଼ ନିକଟ ଜିଜିପି କଲୋନୀରେ ସେ ଏକ ଗୋଚର ଜମିକୁ ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ଏହି ଗୋଚର ଜମି ନିକଟରେ ପ୍ରମୋଦଙ୍କ ପତ୍ନୀଙ୍କ ନାଁରେ ୨୮୫ ଡେସିମିଲ୍ ଜାଗା ରହିଥିଲା। ସେଥିରୁ ସେ ତାଙ୍କ ଦୁଇ ଝିଅକୁ ୭୨ ଡେସିମିଲ୍ ଲେଖାଏଁ ଯାଗା ଦେଇଥିବା ବେଳେ ବଳକା ଜମି ତାଙ୍କ ନାଁରେ ରହିଛି। ତେବେ ଏହାକୁ ଲାଗି ରହିଥିବା ଗୋଚର ଜମିକୁ ପ୍ରାୟ ୨ ବର୍ଷ ଧରି ପ୍ରମୋଦ ପାଚେରୀ ବେଢ଼ାଇ ନିଜ ଅକ୍ତିୟାରରେ ରଖିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ପ୍ରମୋଦ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ ଏହି ପାଚେରୀ ଯୋଗୁଁ ରାସ୍ତା ସଂକୀର୍ଣ୍ଣ ହୋଇ ବାରମ୍ୱାର ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକେ ଆଜି ପାଚେରୀକୁ ଭାଙ୍ଗି ଦେଇଛନ୍ତି।

Related story