ବଲାଙ୍ଗିର: ଭାଲୁ ଆକ୍ରମଣରେ ଦୁଇ ଆହତ

ବଲାଙ୍ଗିର: ଭାଲୁ କାମୁଡ଼ାରେ ବଲାଙ୍ଗିର ଜିଲ୍ଲାରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ତୁରେକେଲା ବ୍ଳକ୍ ତେନ୍ତୁଲିଖୁଣ୍ଟି ଗାଁର ଫକୀର ବନ୍‌ଚ୍ଛୋର ଓ ବେଳପଡା ବ୍ଲକ୍ ସାଗୁନଭାଡି ଗାଁର ନନ୍ଦଲାଲ୍ ନାଏକ। ଉଭୟ ଆଜି ସକାଳେ ବିଲକୁ କାମ କରିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଯିବାରୁ ଭାଲୁମାନେ ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିଲେ। ସେମାନଙ୍କୁ କଣ୍ଟାବାଞ୍ଜୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ […]

bear

Rakesh Mallick
  • Published: Monday, 17 October 2016
  • , Updated: 17 October 2016, 05:51 PM IST

ବଲାଙ୍ଗିର: ଭାଲୁ କାମୁଡ଼ାରେ ବଲାଙ୍ଗିର ଜିଲ୍ଲାରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ତୁରେକେଲା ବ୍ଳକ୍ ତେନ୍ତୁଲିଖୁଣ୍ଟି ଗାଁର ଫକୀର ବନ୍‌ଚ୍ଛୋର ଓ ବେଳପଡା ବ୍ଲକ୍ ସାଗୁନଭାଡି ଗାଁର ନନ୍ଦଲାଲ୍ ନାଏକ। ଉଭୟ ଆଜି ସକାଳେ ବିଲକୁ କାମ କରିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ।

ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଯିବାରୁ ଭାଲୁମାନେ ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିଲେ। ସେମାନଙ୍କୁ କଣ୍ଟାବାଞ୍ଜୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Related story