ବଲାଙ୍ଗିରର ଲାଠୋରରୁ ୧୮ ଦାଦନ ଶ୍ରମିକ ଉଦ୍ଧାର

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ଲାଠୋରରୁ ୧୮ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଲାଠୋର ଥାନା ପୋଲିସ୍ ଦଶଖୁଲିପଡ଼ା ଗାଁରେ ଚଢ଼ାଉ କରି ଏହି ଶ୍ରମିକମାନଙ୍କୁ ଉଦ୍ଧାର କରିଛି। ସେମାନଙ୍କ ଘର କଳାହାଣ୍ଡି ଜିଲ୍ଲା କର୍ଲାପଡା ଥାନା କୁବୁଡ଼ିରେ। ଲାଠୋର ଗାଁର ମୋଜିବ ଖାଁ ନାମକ ଜଣେ ଦଲାଲ ସେମାନଙ୍କୁ ଆନ୍ଧ୍ରପ୍ରଦେଶ ଚାଲାଣ କରିବା ଉଦ୍ଦେଶ୍ୟରେ ଆଣିଥିବା ଅଭିଯୋଗ ହୋଇଛି। ଉଦ୍ଧାର ଶ୍ରମିକମାନଙ୍କୁ ପୋଲିସ୍ ପଚରାଉଚରା କରିବା ପରେ ସେମାନଙ୍କ ଗାଁକୁ ପଠାଇ ଦେଇଛି। ସମ୍ପୃକ୍ତ ଦଲାଲଙ୍କ ବିରୁଦ୍ଧରେ […]

dadana

Rakesh Mallick
  • Published: Wednesday, 09 December 2015
  • , Updated: 09 December 2015, 02:42 AM IST

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ଲାଠୋରରୁ ୧୮ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଲାଠୋର ଥାନା ପୋଲିସ୍ ଦଶଖୁଲିପଡ଼ା ଗାଁରେ ଚଢ଼ାଉ କରି ଏହି ଶ୍ରମିକମାନଙ୍କୁ ଉଦ୍ଧାର କରିଛି। ସେମାନଙ୍କ ଘର କଳାହାଣ୍ଡି ଜିଲ୍ଲା କର୍ଲାପଡା ଥାନା କୁବୁଡ଼ିରେ। ଲାଠୋର ଗାଁର ମୋଜିବ ଖାଁ ନାମକ ଜଣେ ଦଲାଲ ସେମାନଙ୍କୁ ଆନ୍ଧ୍ରପ୍ରଦେଶ ଚାଲାଣ କରିବା ଉଦ୍ଦେଶ୍ୟରେ ଆଣିଥିବା ଅଭିଯୋଗ ହୋଇଛି। ଉଦ୍ଧାର ଶ୍ରମିକମାନଙ୍କୁ ପୋଲିସ୍ ପଚରାଉଚରା କରିବା ପରେ ସେମାନଙ୍କ ଗାଁକୁ ପଠାଇ ଦେଇଛି। ସମ୍ପୃକ୍ତ ଦଲାଲଙ୍କ ବିରୁଦ୍ଧରେ ଲାଠୋର ଥାନାରେ ଏକ ମାମଲା ରୁଜୁ କରାଯାଇଛି।

Related story