ଟିକସ ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବୌଦ୍ଧ ପାଣି ପଞ୍ଚାୟତ ମହାସଂଘର ଅନୁରୋଧ

ଭୁବନେଶ୍ୱର: ଆଜି ବୌଦ୍ଧ ଜିଲ୍ଲାର ସମସ୍ତ ପାଣି ପଞ୍ଚାୟତ ମହାସଂଘର ପ୍ରତିନିଧିମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ପାଣି ପଞ୍ଚାୟତମାନଙ୍କୁ ମୂଲ୍ୟଯୁକ୍ତ ଟିକସ ଛାଡ଼ ପାଇଁ ଅନୁରୋଧ କରିଥିଲେ। ମୂଲ୍ୟଯୁକ୍ତ ଟିକସ ଛାଡ଼ ହେଲେ ଏଥିରୁ ସଞ୍ଚିତ ଅର୍ଥ କୃଷକ କଲ୍ୟାଣ ତଥା ପାଣି ପଞ୍ଚାୟତର ରକ୍ଷଣାବେକ୍ଷଣ ଓ ଉନ୍ନତିରେ ବିନିଯୋଗ ହୋଇପାରିବ ବୋଲି ସେମାନେ କହିଥିଲେ। ପାଣି ପଞ୍ଚାୟତଗୁଡ଼ିକ ଅନ୍‌ଲାଇନ୍‌ରେ ପଞ୍ଜୀକରଣ ଓ ରିଟର୍ଣ୍ଣ ଦାଖଲ ଆଦି ସମସ୍ୟାର ସମ୍ମୁଖୀନ ହେଉଥିବା […]

boudhabjd

Rakesh Mallick
  • Published: Thursday, 06 October 2016
  • , Updated: 06 October 2016, 03:32 PM IST

ଭୁବନେଶ୍ୱର: ଆଜି ବୌଦ୍ଧ ଜିଲ୍ଲାର ସମସ୍ତ ପାଣି ପଞ୍ଚାୟତ ମହାସଂଘର ପ୍ରତିନିଧିମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ପାଣି ପଞ୍ଚାୟତମାନଙ୍କୁ ମୂଲ୍ୟଯୁକ୍ତ ଟିକସ ଛାଡ଼ ପାଇଁ ଅନୁରୋଧ କରିଥିଲେ। ମୂଲ୍ୟଯୁକ୍ତ ଟିକସ ଛାଡ଼ ହେଲେ ଏଥିରୁ ସଞ୍ଚିତ ଅର୍ଥ କୃଷକ କଲ୍ୟାଣ ତଥା ପାଣି ପଞ୍ଚାୟତର ରକ୍ଷଣାବେକ୍ଷଣ ଓ ଉନ୍ନତିରେ ବିନିଯୋଗ ହୋଇପାରିବ ବୋଲି ସେମାନେ କହିଥିଲେ।

ପାଣି ପଞ୍ଚାୟତଗୁଡ଼ିକ ଅନ୍‌ଲାଇନ୍‌ରେ ପଞ୍ଜୀକରଣ ଓ ରିଟର୍ଣ୍ଣ ଦାଖଲ ଆଦି ସମସ୍ୟାର ସମ୍ମୁଖୀନ ହେଉଥିବା ସେମାନେ ଅଭିଯୋଗ କରିଥିଲେ।

ଅର୍ଥମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳରେ ସର୍ବଶ୍ରୀ ପୟ ମହାକୁଡ଼, ଗୋବନ୍ଦ ଭୁକ୍ତା, କୁମୁଦ ପ୍ରଧାନ, ମନୋରଞ୍ଜନ ପୁରୋହିତ, ଗୟାଧର ମହାକୁଡ଼, ମୋତିଲାଲ ଡାଙ୍ଗ, ବିଘ୍ନ ନାୟକ, ସୁଶାନ୍ତ ପ୍ରଧାନ, ଅକ୍ଷୟ କହଁର, ନାରାୟଣ ମହାକୁଡ଼, ପ୍ରତାପ ପରିଡ଼ା, ଶାନ୍ତନୁ କୁମାର ଜେନା, ରଞ୍ଜିତ ବେହେରା ଓ ଚୈତନ୍ୟ ବାରିକ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ।

Related story