ଜଳିଗଲା ଅଠର ବଖରା ଘର

ବ୍ରହ୍ମଗିରି/ସୋର: ଗତକାଲି ରାତିରେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟି ୧୮ ବଖରା ଘର ପାଉଁଶ ହୋଇଯାଇଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଅଣତିରିଶ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଚାରିଟି ପରିବାରର ଆଠ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ଜଣେ ଆହତ ହୋଇଛନ୍ତି। ତାଙ୍କ ନାଁ ରବି ଦାସ। ତିନିଟି ଗୋରୁ ମଧ୍ୟ ଆହତ ହୋଇଛନ୍ତି। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ […]

fire

Rakesh Mallick
  • Published: Thursday, 02 February 2017
  • , Updated: 02 February 2017, 12:57 PM IST

ବ୍ରହ୍ମଗିରି/ସୋର: ଗତକାଲି ରାତିରେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟି ୧୮ ବଖରା ଘର ପାଉଁଶ ହୋଇଯାଇଛି।

ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଅଣତିରିଶ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଚାରିଟି ପରିବାରର ଆଠ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ଜଣେ ଆହତ ହୋଇଛନ୍ତି। ତାଙ୍କ ନାଁ ରବି ଦାସ। ତିନିଟି ଗୋରୁ ମଧ୍ୟ ଆହତ ହୋଇଛନ୍ତି।

ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସେତେବେଳକୁ ସବୁ ପାଉଁଶ ହୋଇଯାଇଥିଲା। ପ୍ରାୟ ୫୦ ବସ୍ତା ଧାନ ସହ ଅନ୍ୟାନ୍ୟ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି।

ସେହିଭଳି ବାଲେଶ୍ୱର ଜିଲ୍ଲା ବାହାନାଗା ବ୍ଲକ୍‌ର ୨ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ୧୦ ବଖରା ଘର ଭସ୍ମିଭୂତ ହୋଇଯାଇଛି।

ବ୍ଲକର ବିଷ୍ଣୁପୁର ବଢ଼େଇ ସାହିରେ ସଞ୍ଜୟ ବେହେରାଙ୍କ ଘରେ ଅଗ୍ନିକାଣ୍ଡ ଘଟି ୩ ବଖରା ପୋଡ଼ି ଯାଇଛି। ସେହିଭଳି ଝାଡ଼ତା ଗାଁର ସାବିତ୍ରୀ ବେହେରା, ସୁମତି ବେହେରା ଓ ସରସ୍ୱତୀଙ୍କ ୭ ବଖରା ଘର ପୋଡ଼ି ଯାଇଛି।

 

Related story