ବିଏସଏଫ ତରଫରୁ ସୀମାନ୍ତରେ ଜନସମ୍ପର୍କ ଶିବିର

କୋରାପୁଟ: ଓଡିଶା-ଆନ୍ଧ୍ର ସୀମାନ୍ତ ତଥା ମାଓ ପ୍ରବଣ ସୁଙ୍କି ଅଞ୍ଚଳରେ ୧୨୦ ବିଏସଏଫ ବାଟାଲିୟନ ତରଫରୁ ଏକ ଜନସମ୍ପର୍କ ଶିବିର ଅୟୋଜିତ ହୋଇଯାଇଛି । ଏଥିରେ ସୁଙ୍କି ପଞ୍ଚାୟତର ୧୩ଟି ଗାଁର ଲୋକଙ୍କ ସହ ୧୨ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଅଞ୍ଚଳରେ ନୂଆ କରି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ଅଞ୍ଚଳବାସୀଙ୍କ ମନରୁ ଭୟ ଦୂର କରିବା ସହ ସେମାନଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ ଉଦ୍ଦେଶ୍ୟରେ ଏହି ଜନସମ୍ପର୍କ ଶିବିର ଆୟୋଜନ କରାଯାଇଥିଲା। […]

bsf

Rakesh Mallick
  • Published: Wednesday, 21 October 2015
  • , Updated: 21 October 2015, 02:30 PM IST

କୋରାପୁଟ: ଓଡିଶା-ଆନ୍ଧ୍ର ସୀମାନ୍ତ ତଥା ମାଓ ପ୍ରବଣ ସୁଙ୍କି ଅଞ୍ଚଳରେ ୧୨୦ ବିଏସଏଫ ବାଟାଲିୟନ ତରଫରୁ ଏକ ଜନସମ୍ପର୍କ ଶିବିର ଅୟୋଜିତ ହୋଇଯାଇଛି । ଏଥିରେ ସୁଙ୍କି ପଞ୍ଚାୟତର ୧୩ଟି ଗାଁର ଲୋକଙ୍କ ସହ ୧୨ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଅଞ୍ଚଳରେ ନୂଆ କରି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ଅଞ୍ଚଳବାସୀଙ୍କ ମନରୁ ଭୟ ଦୂର କରିବା ସହ ସେମାନଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ ଉଦ୍ଦେଶ୍ୟରେ ଏହି ଜନସମ୍ପର୍କ ଶିବିର ଆୟୋଜନ କରାଯାଇଥିଲା। ଲୋକଙ୍କ ସହ ମିଶିବା ଓ ସେମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଶିବିର ଆୟୋଜନ ହୋଇଥିବା କମାଣ୍ଡାଣ୍ଟ ସୁବ୍ରତ ସିହ୍ନା କହିଛନ୍ତି। ଏହି ଅବସରରେ ବିଏସଏଫ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସୁଙ୍କି ସରପଞ୍ଚ ଜାମି ଆପାଲମ୍ମା ଯୋଗ ଦେଇଥିଲେ ।

Related story