ବସ୍‌ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ଝାରସୁଗୁଡ଼ା: ଝାରସୁଗୁଡ଼ା କୋଲାବିରା ଥାନା ଅନ୍ତର୍ଗତ ଯୋଗିଆଡିହିରେ ଆଜି ବସ୍‌ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ବସ୍‌ରେ ନିଆଁ ଲଗାଇ ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲେ। ଆଜି ସନ୍ଧ୍ୟା ୫ଟାରେ ଝାରସୁଗୁଡ଼ାରୁ କୁଲେମୁରା ଯାଉଥିବା ଏକ ବସ୍‌ ଯୋଗିଆଡିହି ଗାଁ ମୁଣ୍ଡରେ ଏକ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ […]

bus accident

Rakesh Mallick
  • Published: Friday, 21 April 2017
  • , Updated: 21 April 2017, 09:54 PM IST

ଝାରସୁଗୁଡ଼ା: ଝାରସୁଗୁଡ଼ା କୋଲାବିରା ଥାନା ଅନ୍ତର୍ଗତ ଯୋଗିଆଡିହିରେ ଆଜି ବସ୍‌ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ବସ୍‌ରେ ନିଆଁ ଲଗାଇ ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲେ।

ଆଜି ସନ୍ଧ୍ୟା ୫ଟାରେ ଝାରସୁଗୁଡ଼ାରୁ କୁଲେମୁରା ଯାଉଥିବା ଏକ ବସ୍‌ ଯୋଗିଆଡିହି ଗାଁ ମୁଣ୍ଡରେ ଏକ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।

Related story