କଟକ: ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

କଟକ: ଖାନନଗର ଖପୁରିଆ ପିଡବ୍ଲ୍ୟୁଡି କ୍ୱାର୍ଟର୍ସର ପାଣି ଟାଙ୍କି ନିକଟରୁ ଆଜି ଏକ  ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲେ ବଡ଼ମ୍ବା ଅଞ୍ଚଳର ସୁବାସ ଚନ୍ଦ୍ର ବାରିକ (୫୫)। ଗତକାଲି ବିଳମ୍ୱିତ ରାତିରେ ସୁବାସ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସୁବାସ ପିଡବ୍ଲ୍ୟୁଡିରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଜମି ବିବାଦକୁ ନେଇ ସୁବାସ ଆତ୍ମହତ୍ୟା କରିଥାଇ […]

ctc

Rakesh Mallick
  • Published: Monday, 01 August 2016
  • , Updated: 01 August 2016, 12:20 PM IST

କଟକ: ଖାନନଗର ଖପୁରିଆ ପିଡବ୍ଲ୍ୟୁଡି କ୍ୱାର୍ଟର୍ସର ପାଣି ଟାଙ୍କି ନିକଟରୁ ଆଜି ଏକ  ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲେ ବଡ଼ମ୍ବା ଅଞ୍ଚଳର ସୁବାସ ଚନ୍ଦ୍ର ବାରିକ (୫୫)। ଗତକାଲି ବିଳମ୍ୱିତ ରାତିରେ ସୁବାସ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୁବାସ ପିଡବ୍ଲ୍ୟୁଡିରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଜମି ବିବାଦକୁ ନେଇ ସୁବାସ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ତାଙ୍କର ଜଣେ ସମ୍ପର୍କୀୟ କହିଛନ୍ତି।

ସୂଚନାଯୋଗ୍ୟ, ସୁବାସ ଦୁଇଟି ବିବାହ କରିଥିଲେ। ସେ ତାଙ୍କ ପ୍ରଥମ ପତ୍ନୀଙ୍କୁ ଗ୍ରାମସଭାରେ ମୌଖିକ ଭାବେ ଛାଡ଼ି ଦେଇଥିଲେ। ପରେ ପ୍ରଥମ ପତ୍ନୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। କୋର୍ଟଙ୍କ ରାୟ ତାଙ୍କ ପ୍ରଥମ ପତ୍ନୀଙ୍କ ସପକ୍ଷରେ ଯାଇଥିଲା। ନିଜ ସମ୍ପତ୍ତିକୁ ଦୁଇ ଭାଗ ନ କରିବା ଓ ପ୍ରତିମାସ ପ୍ରଥମ ପତ୍ନୀଙ୍କୁ ଭରଣପୋଷଣ ବାବଦକୁ ୩ ହଜାର ଟଙ୍କା ନ ଦେବାକୁ ଯାଇ ସୁବାସ ଏପରି ପଦକ୍ଷେପ ନେଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି।

Related story