ଦେବଗଡ଼: ଓଲଟି ପଡ଼ିଲା ବାଲି ବୋଝେଇ ମିନି ଟ୍ରକ୍, ଦୁଇ ଶ୍ରମିକ ମୃତ

ଦେବଗଡ଼: ଦେବଗଡ଼ଠାରୁ ୭ କିଲୋମିଟର ଦୂରରେ ଜାତୀୟ ରାଜପଥ ୪୯ର ଗଜୁରୀବଣୀ ନକଟରେ ଏକ ବାଲି ବୋଝେଇ ମିନି ଟ୍ରକ୍ ଓଲଟି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଟ୍ରକଟି ବାରକୋଟ ପଟୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡିଥିଲା। ଡାଲାରେ ବସିଥିବା ଶ୍ରମିକ ଦୁଇଜଣ ବାଲି ମଧ୍ୟରେ ପୋତି ହୋଇ ଦୀର୍ଘ ସମୟ ପର୍ଯ୍ୟନ୍ତ ରହି ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଥିଲା ଓ […]

deogarh

deogarh

Rakesh Mallick
  • Published: Wednesday, 09 September 2015
  • Updated: 09 September 2015, 11:55 AM IST

Sports

Latest News

ଦେବଗଡ଼: ଦେବଗଡ଼ଠାରୁ ୭ କିଲୋମିଟର ଦୂରରେ ଜାତୀୟ ରାଜପଥ ୪୯ର ଗଜୁରୀବଣୀ ନକଟରେ ଏକ ବାଲି ବୋଝେଇ ମିନି ଟ୍ରକ୍ ଓଲଟି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ଟ୍ରକଟି ବାରକୋଟ ପଟୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡିଥିଲା। ଡାଲାରେ ବସିଥିବା ଶ୍ରମିକ ଦୁଇଜଣ ବାଲି ମଧ୍ୟରେ ପୋତି ହୋଇ ଦୀର୍ଘ ସମୟ ପର୍ଯ୍ୟନ୍ତ ରହି ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଥିଲା ଓ ଦୁଇ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିଥିଲେ। ମୃତ ଶ୍ରମିକ ଦ୍ୱୟଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବା ଦାବିରେ ଲୋକେ ଦୁଇ ଘଣ୍ଟା ଧରି ରାସ୍ତା ରୋକ୍ କରିଥିଲେ। ପରେ ପୋଲିସ୍ ବୁଝାସୁଝା କରି ଲୋକଙ୍କୁ ରାସ୍ତାରୁ ହଟାଇ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos