ଧର୍ମଗଡ଼: ପରିଚାଳନାଗତ ତ୍ରୁଟି ସମାଧାନ, ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ କସ୍ତୁରବା ବିଦ୍ୟାଳୟ ଛାତ୍ରୀଙ୍କ ରାସ୍ତାରୋକ

ଧର୍ମଗଡ଼: ପରିଚାଳନାଗତ ତ୍ରୁଟି ସମାଧାନ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ଆଜି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଚିରଗୁଡା କସ୍ତୁରବା ଗାନ୍ଧି ଆବାସିକ ବିଦ୍ୟାଳୟର ଛାତ୍ରୀମାନେ ରାସ୍ତାରୋକ କରିଥିଲେ। ବିଦ୍ୟାଳୟର ୧୦୦ଜଣ ଛାତ୍ରୀ ୨୬ ନମ୍ବର ଜାତୀୟ ରାଜପଥ ଉପରେ ବସି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଉଠିବେ ନାହିଁ ବୋଲି ଜିଦରେ ଅଡି ବସିଥିଲେ। ଖବର ପାଇ ଡିପିସି, ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବିଡିଓ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀମାନଙ୍କୁ ବୁଝାଶୁଝା […]

kalahandi

Rakesh Mallick
  • Published: Monday, 23 November 2015
  • , Updated: 23 November 2015, 01:06 PM IST

ଧର୍ମଗଡ଼: ପରିଚାଳନାଗତ ତ୍ରୁଟି ସମାଧାନ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ଆଜି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଚିରଗୁଡା କସ୍ତୁରବା ଗାନ୍ଧି ଆବାସିକ ବିଦ୍ୟାଳୟର ଛାତ୍ରୀମାନେ ରାସ୍ତାରୋକ କରିଥିଲେ। ବିଦ୍ୟାଳୟର ୧୦୦ଜଣ ଛାତ୍ରୀ ୨୬ ନମ୍ବର ଜାତୀୟ ରାଜପଥ ଉପରେ ବସି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଉଠିବେ ନାହିଁ ବୋଲି ଜିଦରେ ଅଡି ବସିଥିଲେ। ଖବର ପାଇ ଡିପିସି, ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବିଡିଓ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀମାନଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ କିଛି ଲାଭ ହୋଇ ନ ଥିଲା। ଶେଷରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି କରାଯିବା ସହ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଯୋଗାଇ ଦିଆଯିବାକୁ ପ୍ରତିଶ୍ରୁତି ଦିଆଯିବା ପରେ ଛାତ୍ରୀମାନେ ରାସ୍ତାରୋକରୁ ହଟିଥିଲେ।

ମିଳିଥିବା ସୂଚନା ଅନୁସାରେ ଚିରଗୁଡା କସ୍ତୁରିବା ଗାନ୍ଧି ବିଦ୍ୟାଳରେ ୬ଷ୍ଠରୁ ୮ ଶ୍ରେଣୀ ପର୍ଯ୍ୟନ୍ତ ୧୦୦ଜଣ ଛାତ୍ରୀ ପାଠ ପଢୁଛନ୍ତି। ଏମାନଙ୍କ ରହିବା, ଖାଇବାଠାରୁ ଆରମ୍ଭ କରି ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ସରକାର ଯୋଗାଇ ଦେଇଥାନ୍ତି। ଛାତ୍ରୀମାନେ କହିଛନ୍ତି ସବୁ ଠିକ ଚାଲିଥିଲା। ହେଲେ ନୂତନ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଯୋଗଦାନ ପରେ ସେମାନଙ୍କୁ ଠିକରେ ଖାଇବାକୁ କି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦିଆଯାଉନାହିଁ। ଏପରି କି କାହାର ଦେହ ଖରାପ ହେଲା ଚିକିତ୍ସାଳୟ ନିଆଯିବା ବଦଳରେ ପରିବାର ଲୋକଙ୍କୁ ଫୋନ କରି ଘରକୁ ପଠାଇ ଦିଆଯାଉଥିବା ଅଭିଯୋଗ କରିଛନ୍ତି। ତେବେ ପ୍ରଧାନ ଶିକ୍ଷୟିତ୍ରୀ ସରିତା ପଟ୍ଟନାୟକ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଛାତ୍ରୀମାନେ ଠେଲାପେଲା କରିବା ସହ ଗେଟ୍ ଭାଙ୍ଗ ପଳାଇଛନ୍ତି।

Related story