ଢେଙ୍କାନାଳ: କପିଳାସ ସରକାରୀ ବାଳିକା ହାଇସ୍କୁଲର ୮୪ ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଅନ୍ତର୍ଗତ  କପିଳାସ ସରକାରୀ ବାଳିକା ହାଇସ୍କୁଲର ୮୪ ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ୨୪ ଜଣ ଛାତ୍ରୀଙ୍କୁ ନିକଟସ୍ଥ ଗଁଦିଆ ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ ୭ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆଉ ୬୦ ଜଣ ଆକ୍ରାନ୍ତଙ୍କୁ ବିଦ୍ୟାଳୟ ପରିସରରେ ଡାକ୍ତରୀ ଟିମ୍ ଦ୍ୱାରା ଚିକିତ୍ସା କରାଯାଉଛି। ଖାଦ୍ୟ କିମ୍ୱା ପାଣି ସଂକ୍ରମଣ […]

dkl

Rakesh Mallick
  • Published: Friday, 05 February 2016
  • , Updated: 05 February 2016, 08:53 AM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଅନ୍ତର୍ଗତ  କପିଳାସ ସରକାରୀ ବାଳିକା ହାଇସ୍କୁଲର ୮୪ ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ୨୪ ଜଣ ଛାତ୍ରୀଙ୍କୁ ନିକଟସ୍ଥ ଗଁଦିଆ ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ ୭ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆଉ ୬୦ ଜଣ ଆକ୍ରାନ୍ତଙ୍କୁ ବିଦ୍ୟାଳୟ ପରିସରରେ ଡାକ୍ତରୀ ଟିମ୍ ଦ୍ୱାରା ଚିକିତ୍ସା କରାଯାଉଛି। ଖାଦ୍ୟ କିମ୍ୱା ପାଣି ସଂକ୍ରମଣ ଯୋଗୁଁ ଏଭଳି ହୋଇଥିବା ଅନୁମାନ କରାଯାଉଛି।

ବିଦ୍ୟାଳୟର ସମସ୍ତ ଛାତ୍ରୀ  ଗୁରୁବାର ସକାଳେ ଜଳଖିଆରେ ମୁଢ଼ି ଓ ମିକ୍ସଚର ଖାଇଥିଲେ। ପରେ ମଧ୍ୟାହ୍ନଭୋଜନରେ ଭାତ, ଡ଼ାଲି ଓ ଘାଣ୍ଟ ତରକାରୀ ଖାଇଥିଲେ। ଛାତ୍ରୀମାନେ ପିଇଥିବା ପାଣିର ନମୁନା ପରୀକ୍ଷାପାଇଁ ପଠାଯାଇଛି ବୋଲି ଏଡିଏମଓ ଜ୍ୟୋତିଷ ଚନ୍ଦ୍ର ମହାପାତ୍ର କହିଛନ୍ତି।

ଛାତ୍ରୀମାନେ ବିଷାକ୍ତ ଖାଦ୍ୟ ଖାଇବା ଯୋଗୁଁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସରପଞ୍ଚ ବଳରାମ ପରିଡ଼ା ଅଭିଯୋଗ କରିଛନ୍ତି।

Related story