କେନ୍ଦୁଝର: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ ମୃତ

କେନ୍ଦୁଝର: ଇଲେଭେନ୍ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମାଇ ହାତୀର ମୃତ୍ୟୁ ଘଟିଛି। ଚଂପୁଆ ରେଞ୍ଜ ଅନ୍ତର୍ଗତ କଟୁପାଲି ଗାଁରେ ଘଟିଛି ଏହି ଘଟଣା। ବନ ବିଭାଗର ସୂଚନା ଅନୁସାରେ ଗତକାଲି ରାତିରେ ୩୦ରୁ ଅଧିକ ହାତୀ କଟୁପାଲି ଗାଁ ପାଖ ଜମିକୁ ଧାନ ଖାଇବାକୁ ଆସିଥିଲେ। ଏହି ସମୟରେ ହାତୀ ପଲ ଇଲେଭନ୍ କେଭି ବିଦ୍ୟୁତ ଖୁଣ୍ଟ ଦେହରେ ଘଷି ହେବାରୁ ଖୁଣ୍ଟ ଉପୁଡି ତାର ଛିଡ଼ି ପଡିଥିଲା। ତାର ଲାଗି ହାତୀଟିର ମୃତ୍ୟୁ […]

elephant

Rakesh Mallick
  • Published: Thursday, 01 October 2015
  • , Updated: 01 October 2015, 09:16 AM IST

କେନ୍ଦୁଝର: ଇଲେଭେନ୍ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମାଇ ହାତୀର ମୃତ୍ୟୁ ଘଟିଛି। ଚଂପୁଆ ରେଞ୍ଜ ଅନ୍ତର୍ଗତ କଟୁପାଲି ଗାଁରେ ଘଟିଛି ଏହି ଘଟଣା। ବନ ବିଭାଗର ସୂଚନା ଅନୁସାରେ ଗତକାଲି ରାତିରେ ୩୦ରୁ ଅଧିକ ହାତୀ କଟୁପାଲି ଗାଁ ପାଖ ଜମିକୁ ଧାନ ଖାଇବାକୁ ଆସିଥିଲେ। ଏହି ସମୟରେ ହାତୀ ପଲ ଇଲେଭନ୍ କେଭି ବିଦ୍ୟୁତ ଖୁଣ୍ଟ ଦେହରେ ଘଷି ହେବାରୁ ଖୁଣ୍ଟ ଉପୁଡି ତାର ଛିଡ଼ି ପଡିଥିଲା। ତାର ଲାଗି ହାତୀଟିର ମୃତ୍ୟୁ ଘଟିଥିଲା।

Related story