ଘୁ.ଉଦୟଗିରି: ଜାତୀୟ ଅନୁସୂଚିତ ଜନଜାତି ଅଧ୍ୟକ୍ଷ ରାମେଶ୍ୱରମ ଓରାନ୍ ଗୁରୁବାର ଏକ ୫ଜଣିଆ ପ୍ରତିନିଧି ଦଳ ସହ ଦିନିକିଆ ଘୁ.ଉଦୟଗିରି ଗସ୍ତରେ ଆସି ଲିଙ୍ଗାଗଡ ବାଳିକା ହାଇସ୍କୁଲ ପରିଦର୍ଶନ କରିଛନ୍ତି । ଅଧ୍ୟକ୍ଷ ଓରାନ ଏବଂ ପ୍ରତିନିଧି ଦଳ ବିଦ୍ୟାଳୟର ପାରିପାର୍ଶ୍ୱିକ ସ୍ଥିତି ବୁଲି ଦେଖିବା ସହ ଛାତ୍ରଛାତ୍ରୀ ଏବଂ ଶିକ୍ଷକଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ।
ଗତ ଜାନୁୟାରୀ ୨୩ରେ ଲିଙ୍ଗାଗଡ ବାଳିକା ହାଇସ୍କୁଲରେ ଜଣେ ନାବାଳିକା ଛାତ୍ରୀ ସନ୍ତାନ ଜନ୍ମ ଦେଇଥିଲେ । ଏହାକୁ ନେଇ ଜିଲ୍ଲାରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏପରି ଅଭିଯୋଗ ପାଇବା ପରେ ଜାତୀୟ ଅନୁସୂଚିତ ଜନଜାତି କମିଶନ ଉଦବେଗ ପ୍ରକାଶ କରିଥିଲେ। ଅଧ୍ୟକ୍ଷ ଓରାନଙ୍କ ସହିତ ତାଙ୍କ ସଚିବ ଶ୍ୟାମ ଏସ. ଅଗ୍ରୱାଲ, ଅତିରିକ୍ତ ନିର୍ଦ୍ଦେଶକ ଆର.କେ. ଦୁବେ ଓ ଉନ୍ନୟନ ବିଭାଗ ଶାସନ ସଚିବ ସୁରେନ୍ଦ୍ର କୁମାର ପରିଦର୍ଶନରେ ଆସିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଯାମିନୀ ଷଡଙ୍ଗୀ, ଏସଡିପିଓ ଶେଷଦେବ ବରିହା, ଏସପି ବିଶାଳ ନବୀର ସିଂ, ପ୍ରକଳ୍ପ ପ୍ରଶାସକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଗଣେଶ୍ୱର ଭାରିମଲ୍ଲ ଓ ଘୁ.ଉଦୟଗିରି ଆଇଆଇସି ସରୋଜ କାନ୍ତ ମହେନ୍ତ ପ୍ରମୁଖ ଉପସ୍ଥିତ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।