ଘୁ.ଉଦୟଗିରି: ଲିଙ୍ଗାଗଡ ବାଳିକା ହାଇସ୍କୁଲ ପରିଦର୍ଶନ କଲେ ଜାତୀୟ ଅନୁସୂଚିତ ଜନଜାତି ଅଧ୍ୟକ୍ଷ

ଘୁ.ଉଦୟଗିରି: ଜାତୀୟ ଅନୁସୂଚିତ ଜନଜାତି ଅଧ୍ୟକ୍ଷ ରାମେଶ୍ୱରମ ଓରାନ୍ ଗୁରୁବାର ଏକ ୫ଜଣିଆ ପ୍ରତିନିଧି ଦଳ ସହ ଦିନିକିଆ ଘୁ.ଉଦୟଗିରି ଗସ୍ତରେ ଆସି ଲିଙ୍ଗାଗଡ ବାଳିକା ହାଇସ୍କୁଲ ପରିଦର୍ଶନ କରିଛନ୍ତି । ଅଧ୍ୟକ୍ଷ ଓରାନ ଏବଂ ପ୍ରତିନିଧି ଦଳ ବିଦ୍ୟାଳୟର ପାରିପାର୍ଶ୍ୱିକ ସ୍ଥିତି ବୁଲି ଦେଖିବା ସହ ଛାତ୍ରଛାତ୍ରୀ ଏବଂ ଶିକ୍ଷକଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ। ଗତ ଜାନୁୟାରୀ ୨୩ରେ ଲିଙ୍ଗାଗଡ ବାଳିକା ହାଇସ୍କୁଲରେ ଜଣେ ନାବାଳିକା ଛାତ୍ରୀ ସନ୍ତାନ ଜନ୍ମ ଦେଇଥିଲେ । ଏହାକୁ ନେଇ […]

oran at g-udaygiri

Rakesh Mallick
  • Published: Thursday, 03 September 2015
  • , Updated: 03 September 2015, 04:33 PM IST

ଘୁ.ଉଦୟଗିରି: ଜାତୀୟ ଅନୁସୂଚିତ ଜନଜାତି ଅଧ୍ୟକ୍ଷ ରାମେଶ୍ୱରମ ଓରାନ୍ ଗୁରୁବାର ଏକ ୫ଜଣିଆ ପ୍ରତିନିଧି ଦଳ ସହ ଦିନିକିଆ ଘୁ.ଉଦୟଗିରି ଗସ୍ତରେ ଆସି ଲିଙ୍ଗାଗଡ ବାଳିକା ହାଇସ୍କୁଲ ପରିଦର୍ଶନ କରିଛନ୍ତି । ଅଧ୍ୟକ୍ଷ ଓରାନ ଏବଂ ପ୍ରତିନିଧି ଦଳ ବିଦ୍ୟାଳୟର ପାରିପାର୍ଶ୍ୱିକ ସ୍ଥିତି ବୁଲି ଦେଖିବା ସହ ଛାତ୍ରଛାତ୍ରୀ ଏବଂ ଶିକ୍ଷକଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ।

ଗତ ଜାନୁୟାରୀ ୨୩ରେ ଲିଙ୍ଗାଗଡ ବାଳିକା ହାଇସ୍କୁଲରେ ଜଣେ ନାବାଳିକା ଛାତ୍ରୀ ସନ୍ତାନ ଜନ୍ମ ଦେଇଥିଲେ । ଏହାକୁ ନେଇ ଜିଲ୍ଲାରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏପରି ଅଭିଯୋଗ ପାଇବା ପରେ ଜାତୀୟ ଅନୁସୂଚିତ ଜନଜାତି କମିଶନ ଉଦବେଗ ପ୍ରକାଶ କରିଥିଲେ। ଅଧ୍ୟକ୍ଷ ଓରାନଙ୍କ ସହିତ ତାଙ୍କ ସଚିବ ଶ୍ୟାମ ଏସ. ଅଗ୍ରୱାଲ, ଅତିରିକ୍ତ ନିର୍ଦ୍ଦେଶକ ଆର.କେ. ଦୁବେ ଓ ଉନ୍ନୟନ ବିଭାଗ ଶାସନ ସଚିବ ସୁରେନ୍ଦ୍ର କୁମାର ପରିଦର୍ଶନରେ ଆସିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଯାମିନୀ ଷଡଙ୍ଗୀ, ଏସଡିପିଓ ଶେଷଦେବ ବରିହା, ଏସପି ବିଶାଳ ନବୀର ସିଂ, ପ୍ରକଳ୍ପ ପ୍ରଶାସକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଗଣେଶ୍ୱର ଭାରିମଲ୍ଲ ଓ ଘୁ.ଉଦୟଗିରି ଆଇଆଇସି ସରୋଜ କାନ୍ତ ମହେନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

Related story