ଅସହ୍ୟ ହେଲା ଋଣ ଭାର!, ଆତ୍ମହତ୍ୟା କଲେ ଗଞ୍ଜାମ ଯୁବ ଚାଷୀ

ବ୍ରହ୍ମପୁର: ଗଞ୍ଜାମରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଋଣ ଭାର ସୁଝି ନପାରି ସୁବଳୟା ପଞ୍ଚାୟତର କେ. ମଠମୁକୁନ୍ଦପୁରର ଯୁବ ଚାଷୀ ସାନ୍ତନୁ ନାହାକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସାନ୍ତନୁ ୪ ଏକର ଜମିରେ ପରିବା ଚାଷ କରିଥିଲେ। ଚାଷ କରିବା ପାଇଁ ଘରୋଇ ସଂସ୍ଥାରୁ ୧୦ ଲକ୍ଷ ଟଙ୍କା ଋଣ ନେଇ ଏକ ଟ୍ରାକ୍ଟର କିଣିଥିଲେ। ମାତ୍ର ଋଣ ଟଙ୍କା ସୁଝି ପାରିନଥିଲେ। ଫଳରେ ସେ ମାନସିକ ଚିନ୍ତାରେ ଥିଲେ […]

Farmer-Suicide

Rakesh Mallick
  • Published: Monday, 01 May 2017
  • , Updated: 01 May 2017, 10:42 PM IST

ବ୍ରହ୍ମପୁର: ଗଞ୍ଜାମରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଋଣ ଭାର ସୁଝି ନପାରି ସୁବଳୟା ପଞ୍ଚାୟତର କେ. ମଠମୁକୁନ୍ଦପୁରର ଯୁବ ଚାଷୀ ସାନ୍ତନୁ ନାହାକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସାନ୍ତନୁ ୪ ଏକର ଜମିରେ ପରିବା ଚାଷ କରିଥିଲେ। ଚାଷ କରିବା ପାଇଁ ଘରୋଇ ସଂସ୍ଥାରୁ ୧୦ ଲକ୍ଷ ଟଙ୍କା ଋଣ ନେଇ ଏକ ଟ୍ରାକ୍ଟର କିଣିଥିଲେ। ମାତ୍ର ଋଣ ଟଙ୍କା ସୁଝି ପାରିନଥିଲେ। ଫଳରେ ସେ ମାନସିକ ଚିନ୍ତାରେ ଥିଲେ ବୋଲି ପରିବାର ଲୋକେ କହିଛନ୍ତି। ତେଣୁ ଗତ ୨୯ ତାରିଖରେ ସେ କୀଟନାଷକ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଛି।

Related story