ଜଗତସିଂହପୁର: ନୃସିଂହନାଥ ଜିଉ ମଠରେ ନିଆଁ ଲଗାଇଦେଲେ ଲୋକେ

ଜଗତସିଂହପୁର: ଜଗତସିଂହପୁର ଖମ୍ୱାକୁଳ ସ୍ଥିତ ନୃସିଂହନାଥ ଜିଉ ମଠ ମହନ୍ତଙ୍କୁ ନେଇ ଦେଖାଯାଇଛି ବିବାଦ। ଉଭୟ ସପକ୍ଷ ଏବଂ ବିପକ୍ଷବାଦୀଙ୍କ ଗଣ୍ଡଗୋଳରେ ଉତ୍ୟକ୍ତ ଲୋକେ ମଠରେ ନିଆଁ ଲଗାଇ ଦେଇଛନ୍ତି। ଏହାସହ ମହନ୍ତ ବିଶ୍ୱଜିତ୍ ଦାସ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଆକ୍ରମଣ କରିଛନ୍ତି। ଉଭୟଙ୍କୁ ବାଲିକୁଦା ମେଡିକାଲରେ ଭର୍ତ୍ତି କରାଯାଇଛି। ମଠର ସମ୍ପତ୍ତି ହଡପ ଓ ବେଆଇନ କାର୍ଯ୍ୟକଳାପ ପ୍ରତିବାଦରେ ସ୍ଥାନୀୟ ବାସିନ୍ଦା ଦିର୍ଘଦିନ ଧରି ମହନ୍ତଙ୍କ ବୋରଧରେ ଆନ୍ଦୋଳନ ଚଳାଇ ଆସୁଥିଲେ। କିଛି ଲୋକ […]

jagatsinghpur

Rakesh Mallick
  • Published: Wednesday, 21 October 2015
  • , Updated: 21 October 2015, 03:00 AM IST

ଜଗତସିଂହପୁର: ଜଗତସିଂହପୁର ଖମ୍ୱାକୁଳ ସ୍ଥିତ ନୃସିଂହନାଥ ଜିଉ ମଠ ମହନ୍ତଙ୍କୁ ନେଇ ଦେଖାଯାଇଛି ବିବାଦ। ଉଭୟ ସପକ୍ଷ ଏବଂ ବିପକ୍ଷବାଦୀଙ୍କ ଗଣ୍ଡଗୋଳରେ ଉତ୍ୟକ୍ତ ଲୋକେ ମଠରେ ନିଆଁ ଲଗାଇ ଦେଇଛନ୍ତି। ଏହାସହ ମହନ୍ତ ବିଶ୍ୱଜିତ୍ ଦାସ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଆକ୍ରମଣ କରିଛନ୍ତି। ଉଭୟଙ୍କୁ ବାଲିକୁଦା ମେଡିକାଲରେ ଭର୍ତ୍ତି କରାଯାଇଛି। ମଠର ସମ୍ପତ୍ତି ହଡପ ଓ ବେଆଇନ କାର୍ଯ୍ୟକଳାପ ପ୍ରତିବାଦରେ ସ୍ଥାନୀୟ ବାସିନ୍ଦା ଦିର୍ଘଦିନ ଧରି ମହନ୍ତଙ୍କ ବୋରଧରେ ଆନ୍ଦୋଳନ ଚଳାଇ ଆସୁଥିଲେ। କିଛି ଲୋକ ମହନ୍ତଙ୍କ ସପକ୍ଷରେ ଥିବାବେଳେ, ମଙ୍ଗଳବାର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ପରେ ଆନ୍ଦୋଳନକାରୀମାନେ ଫେରାର ହୋଇଯାଇଛନ୍ତି। ପରିସ୍ଥିତିକୁ ନଜରରେ ରଖି ମଠି ପରିସରରେ ପୋଲିସ ମୁତୟନ କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

Related story