ବୈତରଣୀରେ ବୁଡ ପକାଇଲେ ଲକ୍ଷାଧିକ ଭକ୍ତ

ଯାଜପୁର: ଯାଜପୁରର ବୈତରଣୀ ନଦୀ କୂଳରେ ଆଜିଠାରୁ ଆରମ୍ଭ ହୋଇଛି କୁମ୍ଭ ମେଳା। ଏହି ଉପଲକ୍ଷେ ଦଶ୍ୱାଶମେଧ ଘାଟରେ ଲକ୍ଷାଧିକ ଭକ୍ତ ବୁଡ଼ ପକାଇଛନ୍ତି। ଭିଡକୁ ଲକ୍ଷ୍ୟ କରି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାରୁଣି ସମୟରେ ବୈତରଣୀରେ ବୁଡ଼ ପକାଇବା ସହ ପିଣ୍ଡଦାନ କଲେ ପିତୃପୁରୁଷ ମୋକ୍ଷପ୍ରାପ୍ତି ହୋଇଥାନ୍ତି। ବୁଡ ସମୟରେ ଅଘଟଣକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍‌ କରାଯାଇଛି। ଭକ୍ତମାନେ ନଦୀକୁ କିଭଳି ପ୍ରବେଶ କରିବେ ସେନେଇ […]

barune bath

Rakesh Mallick
  • Published: Saturday, 25 March 2017
  • , Updated: 25 March 2017, 10:39 AM IST

ଯାଜପୁର: ଯାଜପୁରର ବୈତରଣୀ ନଦୀ କୂଳରେ ଆଜିଠାରୁ ଆରମ୍ଭ ହୋଇଛି କୁମ୍ଭ ମେଳା। ଏହି ଉପଲକ୍ଷେ ଦଶ୍ୱାଶମେଧ ଘାଟରେ ଲକ୍ଷାଧିକ ଭକ୍ତ ବୁଡ଼ ପକାଇଛନ୍ତି। ଭିଡକୁ ଲକ୍ଷ୍ୟ କରି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ବାରୁଣି ସମୟରେ ବୈତରଣୀରେ ବୁଡ଼ ପକାଇବା ସହ ପିଣ୍ଡଦାନ କଲେ ପିତୃପୁରୁଷ ମୋକ୍ଷପ୍ରାପ୍ତି ହୋଇଥାନ୍ତି। ବୁଡ ସମୟରେ ଅଘଟଣକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍‌ କରାଯାଇଛି। ଭକ୍ତମାନେ ନଦୀକୁ କିଭଳି ପ୍ରବେଶ କରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି।

Related story