ଜୟପୁର: ଜୟପୁର ଉପଖଣ୍ଡ ଚିକିତ୍ସାଳୟ ଏକ ରୁମରୁ ନିଶାଦ୍ରବ୍ୟ ଜବତ କରାଯାଇଛି। ଶନିବାର ରାତିରେ ଉପଖଣ୍ଡ ଚିକିତ୍ସାଳୟରେ ମହିଳା ୱାର୍ଡ ନିକଟସ୍ଥ ୪ନଂ କ୍ୟାବିନରୁ ଗଞ୍ଜେଇ, ସିଗାରେଟ୍, ଖଇନି, ଭାଙ୍ଗ ସହ ତାସ ଜବତ କରିଛି ପୋଲିସ। ମିଳିଥିବା ସୂଚନା ଅନୁଯାୟୀ ଉପଖଣ୍ଡ ଚିକିତ୍ସାଳୟରେ ଜଣେ ଗର୍ଭବତୀ ମହିଳା ଗୁରୁତର ଥିବା ବେଳେ ୧୦୨ ଆମ୍ବୁଲାନସକୁ ଯୋଗାଯୋଗ କରାଯାଇଥିଲା। ରୁମରେ କେହି ନଥିବା ବେଳେ ଭାରପ୍ରାପ୍ତ ଏସଡିଏମଓ କୌଣସି ସୁତ୍ରରୁ ଖବର ପାଇ ପୋଲିସ ସହାୟତାରେ କବାଟ ଖୋଲିଥିଲା। କବାଟ ଖୋଲିବା ବେଳେ ଗଞ୍ଜେଇ, ସିଗାରେଟ୍, ଖଇନି, ଭାଙ୍ଗ ରୁମରେ ଥିବା ଦେଖିବାକୁ ମିଳିଥିଲା। ନିଶାଦ୍ରବ୍ୟ ଜବତ ହୋଇଥିବା ରୁମଟି ୧୦୮ ଓ ୧୦୨ ଆମ୍ବୁଲାନସର ଡ୍ରାଇଭର ହେଲପରଙ୍କ ସହ ଫାର୍ମାସିଷ୍ଟ ରହୁଥିଲେ। ଏପରି ଅବ୍ୟବସ୍ଥା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଭାରପ୍ରାପ୍ତ ଏସଡିଏମଓ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Education
ଫେବ୍ରୁଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା, ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି
ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ପତ୍ରବିନିମୟ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଜାରି।
Guest Column
ଭଲ ସରକାର କିପରି?
ଜିନ୍ଦଲ୍-ପୋସ୍କୋ ଯୌଥ ଉଦ୍ୟୋଗ ପାଇଁ ବେଶୀ ଖୁସି ନହୋଇ, ଓଡ଼ିଶାରେ ବିଜଦ ସରକାର ବିଫଳ ହୋଇଥିବା କ୍ଷେତ୍ରରେ ଯେଭଳି ବିକାଶ ହେବ, ସେଥିପାଇଁ ମୋହନ ସରକାର ଦୃଷ୍ଟି ଦିଅନ୍ତୁ। ଚୁକ୍ତିପତ୍ର ସ୍ୱାକ୍ଷର କଲାବେଳେ ଏସମସ୍ତ ଦିଗ ପ୍ରତି ନ୍ୟାୟ ପ୍ରଦାନ କରନ୍ତୁ। ଫଳରେ ଶିଳ୍ପାୟନ ହେବ, ନିଯୁକ୍ତି ସୁଯୋଗ ବଢ଼ିବ। ତେବେ ଯାଇ ଆମେ କହିବୁ, ଯେ ନୂଆ ସରକାର ଭାରି ଭଲ!
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Miscellaneous
୬ ମାସ ହେଲା କଲବଲ କରୁଛନ୍ତି ପିମ୍ପୁଡ଼ି, ଅତିଷ୍ଠ ହେଲେଣି ଗ୍ରାମବାସୀ
ଗାଁରେ ଖେଳି ଯାଇଛି ପିମ୍ପୁଡି ଆତଙ୍କ । ୬ ମାସ ହେଲା କଲବଲ କରୁଛନ୍ତି । ବଞ୍ଚିବାକୁ ଦେଉ ନାହାନ୍ତି। ପିମ୍ପୁଡ଼ି ଦାଉରେ ଅତିଷ୍ଠ ହୋଇପଡ଼ିଲେଣି ଲୋକେ । ନା ଖାଇ ପାରୁଛନ୍ତି ନା ଶୋଇ ପାରୁଛନ୍ତି।
Crime
ନବଜାତକୁ ୨୦ ହଜାର ଟଙ୍କାରେ ପର ହାତକୁ ଟେକି ଦେଇଥିଲେ ବାପାମା’; ଆନ୍ଧ୍ରରୁ ଉଦ୍ଧାର
ପିଲାଟି ଜନ୍ମ ହେବାର ୯ ଦିନ ପରେ ନିଜର ନବଜାତ ଶିଶୁଟିକୁ ଅନ୍ୟ ହାତକୁ ଟେକି ଦେଇଥିଲେ ବାପାମା’।