ଝାରସୁଗୁଡ଼ା: ମହାନଦୀ ପ୍ରସଙ୍ଗକୁ ନେଇ ଯୁବ ବିଜେଡିର ଧାରଣା  

ଝାରସୁଗୁଡ଼ା: ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ସରକାରଙ୍କ ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଆଜି ଯୁବ ବିଜେଡି ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲା ସଭାପତି ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଜୁ ଯୁବ ଜନତା ଦଳର ସଭାପତି ସଞ୍ଜୟ ଦାସବର୍ମା, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବରଗଡ଼ ସାଂସଦ ପ୍ରଭାସ ସିଂ, […]

bjd-dharana

Rakesh Mallick
  • Published: Wednesday, 27 July 2016
  • , Updated: 27 July 2016, 03:45 PM IST

ଝାରସୁଗୁଡ଼ା: ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ସରକାରଙ୍କ ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଆଜି ଯୁବ ବିଜେଡି ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା।

ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲା ସଭାପତି ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଜୁ ଯୁବ ଜନତା ଦଳର ସଭାପତି ସଞ୍ଜୟ ଦାସବର୍ମା, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବରଗଡ଼ ସାଂସଦ ପ୍ରଭାସ ସିଂ, ରୋହିତ ପୂଜାରୀ, ପ୍ରମିଳା ମଲ୍ଲିକ, ସୁଶାନ୍ତ ସିଂ, ମଙ୍ଗଳା କିଶାନ, ବୃନ୍ଦାବନ ମାଝି ଓ ଅନୁପ କୁମାର ସାଏଙ୍କ ସମେତ ଅନେକ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଏଥିରେ ମହାନଦୀ ଜଳ ଉପରେ ଛତିଶଗଡ଼ର ଦାଦାଗିରି ଓ ଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରାଯାଇଥିଲା।

ଅନ୍ୟପକ୍ଷରେ ବିଜେଡିର ଏହି ଧାରଣା ପୂର୍ବରୁ ସତର୍କତା ପଦକ୍ଷେପ ସ୍ୱରୂପ ଝାରସୁଗୁଡ଼ା ପୋଲିସ୍ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସମେତ ୫୦ରୁ ଅଧିକ ବିଜେପି କର୍ମୀଙ୍କୁ ସ୍ଥାନୀୟ ରିଜର୍ଭ ପୋଲିସ୍ କାର୍ଯ୍ୟାଳୟ ପରିସରରେ ଅଟକ ରଖିଥିଲା। ସେମାନେ ମନ୍ତ୍ରୀମାନଙ୍କୁ କଳାପତାକା ଦେଖାଇବାର ଆଶଙ୍କା କରି ପୋଲିସ୍ ଏଭଳି ପଦକ୍ଷେପ ନିଆଯାଇଥିଲା। ପୋଲିସ୍‌ର ଏହି ପଦକ୍ଷେପକୁ ରାଧାରାଣୀ ପଣ୍ଡା ସମାଲୋଚନା କରିଛନ୍ତି।

ସୂଚନାଯୋଗ୍ୟ, ମହାନଦୀ ପ୍ରସଙ୍ଗକୁ ନେଇ ଅଗଷ୍ଟ ୧୧ ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପର୍ଯ୍ୟାୟକ୍ରମେ ଏଭଳି ଧାରଣା ଦିଆଯିବ। ଏହା ପୂର୍ବରୁ ସମ୍ବଲପୁର ଓ ବରଗଡ଼ରେ ଦଳ ଏଭଳି ଧାରଣା ଦେଇଥିଲା।

Related story