ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୬୫ ୟୁନିଟ୍‌ ରକ୍ତ ସଂଗ୍ରହ

ବୌଦ୍ଧ (ଓଡ଼ିଶା ରିପୋର୍ଟର): କଣ୍ଟାମାଳ ବ୍ଲକ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂଯୋଜକ ମୃତ୍ୟୁଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ୬୫ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା। ବ୍ଲକ ଅଧ୍ୟକ୍ଷା ଯଜ୍ଞେଶ୍ୱରୀ ପ୍ରଧାନ ରକ୍ତଦାନ ଶିବିରକୁ ଉଦଘାଟନ କରିବା ସହ ରକ୍ତଦାନ କରିଥିଲେ।