କାକଟପୁର ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗ: ଜିପିଇଓଙ୍କୁ ପଚରାଉଚରା

ପୁରୀ: କାକଟପୁର ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ସେହି ବ୍ଲକ୍‌ର ଜିପିଇଓଙ୍କୁ ପଚରାଉଚରା କରୁଛି ପୁରୀ ଟାଉନ୍ ଥାନା ପୋଲିସ୍। ବିଡିଓଙ୍କ ଦ୍ୱାରା ଦାଏର ଏତଲାକୁ ଭିତ୍ତି କରି ପୋଲିସ୍ ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଗୁରବାର ପୁରୀ ଡିଆରଡିଏ କାର୍ଯ୍ୟାଳୟରେ ଜିଲ୍ଲାପ୍ରଶାସନ ପକ୍ଷରୁ ଡକାଯାଇଥିବା ବୈଠକରେ କାକଟପୁର ବିଡିଓ ସନ୍ତୋଷ କୁମାର ସାହୁ, ଜିପିଇଓ ପାଣିଗ୍ରାହୀ ରଘୁନାଥ ଦାସ ଏବଂ ଯନ୍ତ୍ରୀ ଏକାଠି ଆସିଥିଲେ। କିନ୍ତୁ ବୈଠକ ସାରି ଫେରିବା ବେଳେ ଡିଆରଡିଏ […]

kakatapur-gpeo

Rakesh Mallick
  • Published: Friday, 13 May 2016
  • , Updated: 13 May 2016, 11:55 AM IST

ପୁରୀ: କାକଟପୁର ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ସେହି ବ୍ଲକ୍‌ର ଜିପିଇଓଙ୍କୁ ପଚରାଉଚରା କରୁଛି ପୁରୀ ଟାଉନ୍ ଥାନା ପୋଲିସ୍। ବିଡିଓଙ୍କ ଦ୍ୱାରା ଦାଏର ଏତଲାକୁ ଭିତ୍ତି କରି ପୋଲିସ୍ ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଗୁରବାର ପୁରୀ ଡିଆରଡିଏ କାର୍ଯ୍ୟାଳୟରେ ଜିଲ୍ଲାପ୍ରଶାସନ ପକ୍ଷରୁ ଡକାଯାଇଥିବା ବୈଠକରେ କାକଟପୁର ବିଡିଓ ସନ୍ତୋଷ କୁମାର ସାହୁ, ଜିପିଇଓ ପାଣିଗ୍ରାହୀ ରଘୁନାଥ ଦାସ ଏବଂ ଯନ୍ତ୍ରୀ ଏକାଠି ଆସିଥିଲେ। କିନ୍ତୁ ବୈଠକ ସାରି ଫେରିବା ବେଳେ ଡିଆରଡିଏ କାର୍ଯ୍ୟାଳୟ ନିକଟରେ ରାତ୍ରି ପ୍ରାୟ ୮ଟା ୩୦ ମିନିଟରେ  ଅଫିସ୍‌ର ବିଭିନ୍ନ କାର୍ଯ୍ୟକୁ ନେଇ ବିଡିଓ ଓ ଜିପିଇଓଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଜିପିଇଓ ତାଙ୍କୁ ମାଡ଼ ମାରିଥିବା  ବିଡିଓ ଥାନରେ ବିଲମ୍ୱିତ ରାତିରେ ଲିଖିତ ଅଭିଯୋଗ କରିଥିଲେ।  ତାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି ବୋଲି ପୁରୀ ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ଦୟାନିଧି ନାୟକ କହିଛନ୍ତି।

Related story