ଦୁର୍ଘଟଣା ଘଟିଲା ବୋଲି ଧରାପଡ଼ିଲା ଚୋରା କାରବାର

ଭବାନୀପାଟଣା: ଭବାନୀପାଟଣା ଛତିକୁଡ଼ା ରାସ୍ତାରେ ଗତକାଲି ହୋଇଥିବା ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ  ହୋଇଛି। ୧୨୦ରୁ ଅଧିକ ବସ୍ତା ଗଞ୍ଜେଇ ଜବତ ହୋଇଥିବା ବେଳେ ତାହାର ଆନୁମାନିକ ମୂଲ୍ୟ ୧କୋଟି ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ କହିଛି। ଟ୍ରକରେ ଥିବା ସମସ୍ତ ବସ୍ତାରେ ଅଦା ସହ ଗଞ୍ଜେଇ ଚୋରାଚାଲାଣ ହେଉଥିଲା।  ଶୁକ୍ରବାର ଦେପୁର ନିକଟରେ ବୋଲେରୋକୁ ଟ୍ରକଟି ଧକ୍କା ଦେବାରୁ ୫ଜଣ ଗୁରୁତର ଆହତ ହୋଇଥିଲେ।  ସେମାନଙ୍କ ମଧ୍ୟରୁ ୪ଜଣ ଚିକିତ୍ସାଧୀନ […]

kalahandi

Rakesh Mallick
  • Published: Saturday, 29 April 2017
  • , Updated: 29 April 2017, 11:23 PM IST

ଭବାନୀପାଟଣା: ଭବାନୀପାଟଣା ଛତିକୁଡ଼ା ରାସ୍ତାରେ ଗତକାଲି ହୋଇଥିବା ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ  ହୋଇଛି। ୧୨୦ରୁ ଅଧିକ ବସ୍ତା ଗଞ୍ଜେଇ ଜବତ ହୋଇଥିବା ବେଳେ ତାହାର ଆନୁମାନିକ ମୂଲ୍ୟ ୧କୋଟି ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ କହିଛି।

ଟ୍ରକରେ ଥିବା ସମସ୍ତ ବସ୍ତାରେ ଅଦା ସହ ଗଞ୍ଜେଇ ଚୋରାଚାଲାଣ ହେଉଥିଲା।  ଶୁକ୍ରବାର ଦେପୁର ନିକଟରେ ବୋଲେରୋକୁ ଟ୍ରକଟି ଧକ୍କା ଦେବାରୁ ୫ଜଣ ଗୁରୁତର ଆହତ ହୋଇଥିଲେ।  ସେମାନଙ୍କ ମଧ୍ୟରୁ ୪ଜଣ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରୁ ଫେରାର ହୋଇଯାଇଛନ୍ତି। ବୋଲେରୋଟି ଟ୍ରକ୍‌କୁ ଏସ୍‌କଟ୍‌ କରି ନେଉଥିଲା ବୋଲି ଜଣାପଡ଼ିଛି।  ପୋଲିସ ଓ ଅବକାରୀ ବିଭାଗ ଏହି ଘଟଣାର ତଦନ୍ତ  କରୁଛି।

Related story