ନିଆଁରେ ପୋଡ଼ି ହୋଇ ବୃଦ୍ଧ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ ଗାଁର ହରିଶ୍ଚନ୍ଦ୍ର ପ୍ରଧାନ(୫୦) ଶୀତରୁ ବର୍ତ୍ତିବା ପାଇଁ ଗତକାଲି ରାତିରେ ଖଟ ତଳେ ନିଆଁ ଲଗାଇ ଶୋଇଥିଲେ। ତେବେ ବିଳମ୍ୱିତ ରାତିରେ ନିଆଁ ଖଟରେ ଲାଗିବାରୁ ତାଙ୍କ ପିଠି, ହାତ ଓ ମୁହଁ ପୋଡ଼ି ଯାଇଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

old man injure

Rakesh Mallick
  • Published: Monday, 16 January 2017
  • , Updated: 16 January 2017, 05:25 PM IST

Related story