କନ୍ଧମାଳକୁ ମରୁଡି ଘୋଷଣା ଦାବିରେ ବିଜେପିର ଶୋଭାଯାତ୍ରା

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଜିଲ୍ଲାରେ ଧାନ ଫସଲ ସମ୍ପୂର୍ଣ ଉଜୁଡି ଯାଇଛି ।ତେଣୁ ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ ସହ ଋଣ ଛାଡ ପ୍ରଭୃତି ଦାବିରେ ଭାରତୀୟ ଜନତା ଦଳ କନ୍ଧମାଳ ଶାଖା ତରଫରୁ ସୋମବାର ଖଜୁରୀପଡାରେ ଶୋଭାଯାତ୍ରା କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଖଜୁରୀପଡା ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଶୋଭାଯାତ୍ରାରେ ବିଜେପିର ବହୁ ବରିଷ୍ଠ ନେତା ଓ ଅଞ୍ଚଳର ଶତାଧିକ ଚାଷୀ ସାମିଲ ହୋଇଥିଲେ।