କେନ୍ଦୁଝର: ଗୁଣି ସନ୍ଦେହରେ ଆକ୍ରମଣର ଶିକାର ମଥୁରାଙ୍କୁ ମିଳିବ ଆଇନ ସହାୟତା

କେନ୍ଦୁଝର: ଗୁଣି ସନ୍ଦେହରେ କେନ୍ଦୁଝର ଜିଲ୍ଲା କରାଖେଣ୍ଡରା ଗାଁରେ ସମ୍ପର୍କୀୟ ଭାଇମାନଙ୍କ ଦ୍ୱାରା ଆକ୍ରମଣର ଶିକାର ମଥୁରା ମୁଣ୍ଡାଙ୍କୁ ଆଇନ ସହାୟତା ମିଳିବ। କେନ୍ଦୁଝର ଜିଲ୍ଲାଜଜ୍ ସରୋଜ କୁମାର ପତିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନସେବା ପ୍ରାଧୀକରଣର ଏକ ପ୍ରତିନିଧି ଦଳ ମୁଖ୍ୟ ଚିକିତ୍ସାଳୟକୁ ଯାଇ ପୀଡିତଙ୍କୁ ଭେଟିଛନ୍ତି। ବଡ଼ବିଲ ଥାନା କାରଖେଣ୍ଡାର ଗାଁର ମଥୁରାଙ୍କୁ ଗୁଣିଗାରେଡି ସନ୍ଦେହରେ ଗତ ୩ ତାରିଖ ରାତିରେ ତାଙ୍କର ସମ୍ପର୍କୀୟ ଭାଇମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ […]

kandujara

Rakesh Mallick
  • Published: Friday, 06 November 2015
  • , Updated: 06 November 2015, 07:57 AM IST

କେନ୍ଦୁଝର: ଗୁଣି ସନ୍ଦେହରେ କେନ୍ଦୁଝର ଜିଲ୍ଲା କରାଖେଣ୍ଡରା ଗାଁରେ ସମ୍ପର୍କୀୟ ଭାଇମାନଙ୍କ ଦ୍ୱାରା ଆକ୍ରମଣର ଶିକାର ମଥୁରା ମୁଣ୍ଡାଙ୍କୁ ଆଇନ ସହାୟତା ମିଳିବ। କେନ୍ଦୁଝର ଜିଲ୍ଲାଜଜ୍ ସରୋଜ କୁମାର ପତିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନସେବା ପ୍ରାଧୀକରଣର ଏକ ପ୍ରତିନିଧି ଦଳ ମୁଖ୍ୟ ଚିକିତ୍ସାଳୟକୁ ଯାଇ ପୀଡିତଙ୍କୁ ଭେଟିଛନ୍ତି। ବଡ଼ବିଲ ଥାନା କାରଖେଣ୍ଡାର ଗାଁର ମଥୁରାଙ୍କୁ ଗୁଣିଗାରେଡି ସନ୍ଦେହରେ ଗତ ୩ ତାରିଖ ରାତିରେ ତାଙ୍କର ସମ୍ପର୍କୀୟ ଭାଇମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବଡ଼ବିଲ ଡାକ୍ତରଖାନା ଏବଂ ପରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣାର ଅନ୍ୟତମ ଅଭିଯୁକ୍ତ କ୍ରିଷ୍ଣା ମୁଣ୍ଡା ଓ ଦଶରା ମୁଣ୍ଡା ବଡବିଲ ଥାନାରେ ଟାଙ୍ଗିଆ ସହ ଆତ୍ମସମର୍ପଣ କରିଥିଲେ।

Related story