ଆନ୍ଦୋଳନରୁ ଓହରିଲେ କଟକ ଶିଶୁଭବନରେ କାର୍ଯ୍ୟରତ ଡାକ୍ତରୀ ଛାତ୍ରଛାତ୍ରୀ

କଟକ: କଟକ ଶିଶୁ ଭବନରେ କାର୍ଯ୍ୟରତ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କର ଆନ୍ଦୋଳନ ଆଜି ପ୍ରତ୍ୟାହୃତ ହୋଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ  ବୈଠକ ପରେ ଡାକ୍ତରୀ ଛାତ୍ରମାନେ ଏହି ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଶିଶୁ ଭବନ ଅଧୀକ୍ଷକ ଏବଂ ଡାକ୍ତରୀ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀମାନେ ସେମାନଙ୍କର ବିଭିନ୍ନ ଦାବି ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କୁ ମେଡ଼ିକାଲ ମଧ୍ୟରେ ସୁରକ୍ଷା ଯୋଗାଇ ଦେବା ଏବଂ ମେଡ଼ିକାଲ ପରିସରରେ […]

shishubhabana

Rakesh Mallick
  • Published: Friday, 20 May 2016
  • , Updated: 20 May 2016, 04:31 PM IST

କଟକ: କଟକ ଶିଶୁ ଭବନରେ କାର୍ଯ୍ୟରତ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କର ଆନ୍ଦୋଳନ ଆଜି ପ୍ରତ୍ୟାହୃତ ହୋଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ  ବୈଠକ ପରେ ଡାକ୍ତରୀ ଛାତ୍ରମାନେ ଏହି ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଶିଶୁ ଭବନ ଅଧୀକ୍ଷକ ଏବଂ ଡାକ୍ତରୀ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀମାନେ ସେମାନଙ୍କର ବିଭିନ୍ନ ଦାବି ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କୁ ମେଡ଼ିକାଲ ମଧ୍ୟରେ ସୁରକ୍ଷା ଯୋଗାଇ ଦେବା ଏବଂ ମେଡ଼ିକାଲ ପରିସରରେ ସିସିଟିଭି ଲଗାଇବା ଭଳି ୧୧ ଟି ଦାବି ଜିଲ୍ଲାପାଳଙ୍କ ସମ୍ମୁଖରେ ରଖିଥିଲେ। ସେଥିରୁ କିଛି ପୂରଣ ହୋଇଥିବା ବେଳେ ଆଉ କିଛି ପୂରଣ କରାଯିବ ବୋଲି ଜିଲ୍ଲାପାଲ ପ୍ରତଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Related story