କେନ୍ଦ୍ରାଞ୍ଚଳର ଆରଡିସି ନିର୍ଦ୍ଦେଶ ପରେ ପୁରୀରେ ମଠ ମନ୍ଦିର ଓ ଆଶ୍ରମର ମାପଚୁପ ଆରମ୍ଭ

ପୁରୀ: ଗୋଟିଏ ପରେ ଗୋଟିଏ ବାବାଙ୍କ କେଳେଙ୍କାରୀ ପଦାକୁ ଆସିବା ପରେ ବୁଧବାର କେନ୍ଦ୍ରାଞ୍ଚଳ ଆରଡିସି ୧୦ଟି ଜିଲ୍ଲାର ଜଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ମିଳିବା ପରେ ପୁରି ଜିଲ୍ଲାରେ ମଠ ମନ୍ଦିର ଓ ଆଶ୍ରମ ମାପ ଆରମ୍ଭ ହୋଇଛି । ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଜିଲ୍ଲାର ୧୧ଟଇ ବ୍ଲକର ତହସିଲଦାରଙ୍କୁ ଏସବୁ ଅନୁଷ୍ଠାନରେ ଟିକିନିଖି ଯାଞ୍ଚ କରିବା ପାଇଁ ନିର୍ଦ୍ଦଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସହର ନିକଟ ସିପସରୁବାଲି […]

puri

Rakesh Mallick
  • Published: Thursday, 03 September 2015
  • , Updated: 03 September 2015, 04:25 PM IST

ପୁରୀ: ଗୋଟିଏ ପରେ ଗୋଟିଏ ବାବାଙ୍କ କେଳେଙ୍କାରୀ ପଦାକୁ ଆସିବା ପରେ ବୁଧବାର କେନ୍ଦ୍ରାଞ୍ଚଳ ଆରଡିସି ୧୦ଟି ଜିଲ୍ଲାର ଜଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ମିଳିବା ପରେ ପୁରି ଜିଲ୍ଲାରେ ମଠ ମନ୍ଦିର ଓ ଆଶ୍ରମ ମାପ ଆରମ୍ଭ ହୋଇଛି । ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଜିଲ୍ଲାର ୧୧ଟଇ ବ୍ଲକର ତହସିଲଦାରଙ୍କୁ ଏସବୁ ଅନୁଷ୍ଠାନରେ ଟିକିନିଖି ଯାଞ୍ଚ କରିବା ପାଇଁ ନିର୍ଦ୍ଦଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସହର ନିକଟ ସିପସରୁବାଲି ମୌଜାର ମାତାମଠ ବା ଅନ୍ୟନାମ ଗୌରବିହାର ଆଶ୍ରମର ଜମି ପୁରୀ ତହସିଲ ପକ୍ଷରୁ ମାପ କରାଯାଇଛି। ଏହି ଆଶ୍ରମର ଶଙ୍କରପୁରର ମୌଜାର ପ୍ଲଟ ନଂ. ୬୬୭, ୬୬୮, ୬୬୯କୁ ମାପ କରାଯାଇଛି। ସେହିପରି ତାଳବଣିଆ ଅଞ୍ଚଳର ଅଚ୍ୟୁତାନନ୍ଦ ସିଦ୍ଧ ଆଶ୍ରମର ଜମି ମାପ କରାଯାଇଛି । ଏହି ଆଶ୍ରମର ବିଲ୍ଡିଂ ସ୍ଥାୟୀ ଜମି ପଟ୍ଟା ଉପରେ କରାଯାଇଥିବା ବେଳେ ଏହାକୁ ଲାଗି ପ୍ରାୟ ଅଧ ଏକର ଜନସ୍ୱାସ୍ଥ୍ୟ ବିଭାଗ ଜମିରେ ବେଆଇନ ଭାବେ ଗଛ ଲଗାଯାଇଥିବା ତହସିଲ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷେ ପ୍ରତ୍ୟକ ମଠ ମନ୍ଦିର ଓ ଆଶ୍ରମରେ କ’ଣ କରାଯାଉଛି, ଏସବୁ ସ୍ଥାନକୁ କିଏ ଆସୁଛନ୍ତି ତାହା ଉପରେ ନଜର ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି।

Related story