ପାରୋଲରେ ଆସିଥିବା କଏଦୀଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: ୨୦୦୫ ମସିହାରେ ଗ୍ୟାଙ୍ଗଷ୍ଟାର୍ ସୁଲେମାନର ଭାଇ ଚୁନା ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା ଏସ୍‌କେ ଲାଲ୍‌ଙ୍କର ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ମୃତ୍ୟୁ ଘଟିଛି। ଜେଲ୍‌ରେ ତାଙ୍କ ଦେହ ଖରାପ ହେବାରୁ ସେ ପାରୋଲ୍‌ରେ ଆସି ଚିକିତ୍ସିତ ହେଉଥିଲେ। ତାଙ୍କର କିଡ୍‌ନୀ ଖରାପ ହୋଇଯାଇଥିଲା। କେନ୍ଦ୍ରାପଡ଼ାର ରଣପଡ଼ାରେ ତାଙ୍କ ପରିବାର ପାଖରେ ରହି ସେ ଚିକିତ୍ସିତ ହେଉଥିଲେ। ଆସନ୍ତା ଫେବୃଆରୀ ୨୨ ତାରିଖରେ ସେ ଭୁବନେଶ୍ୱର ସ୍ଥିତ ଝାରପଡ଼ା ଜେଲ୍‌କୁ ଫେରି […]

janaja

Rakesh Mallick
  • Published: Monday, 16 January 2017
  • , Updated: 16 January 2017, 04:02 PM IST

କେନ୍ଦ୍ରାପଡ଼ା: ୨୦୦୫ ମସିହାରେ ଗ୍ୟାଙ୍ଗଷ୍ଟାର୍ ସୁଲେମାନର ଭାଇ ଚୁନା ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା ଏସ୍‌କେ ଲାଲ୍‌ଙ୍କର ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ମୃତ୍ୟୁ ଘଟିଛି। ଜେଲ୍‌ରେ ତାଙ୍କ ଦେହ ଖରାପ ହେବାରୁ ସେ ପାରୋଲ୍‌ରେ ଆସି ଚିକିତ୍ସିତ ହେଉଥିଲେ। ତାଙ୍କର କିଡ୍‌ନୀ ଖରାପ ହୋଇଯାଇଥିଲା। କେନ୍ଦ୍ରାପଡ଼ାର ରଣପଡ଼ାରେ ତାଙ୍କ ପରିବାର ପାଖରେ ରହି ସେ ଚିକିତ୍ସିତ ହେଉଥିଲେ। ଆସନ୍ତା ଫେବୃଆରୀ ୨୨ ତାରିଖରେ ସେ ଭୁବନେଶ୍ୱର ସ୍ଥିତ ଝାରପଡ଼ା ଜେଲ୍‌କୁ ଫେରି ଥାଆନ୍ତେ।

ସୂଚନାଯୋଗ୍ୟ, ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲ୍ ନିକଟରେ ସୁଲେମାନର ଭାଇ ଚୁନାକୁ ହାଇଦର ଗ୍ୟାଙ୍ଗର ସଦସ୍ୟମାନେ ଗୁଳି କରି ହତ୍ୟା କରିଥିଲେ।

Related story