କେନ୍ଦୁଝର:ଜମାରାଶି ଫେରସ୍ତ ଦାବିରେ କ୍ଷତିଗ୍ରସ୍ତ ମିଳିତମଂଚ ପକ୍ଷରୁ ରାଲି

କେନ୍ଦୁଝର:  ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତମଂଚ ପକ୍ଷରୁ ୫ ଦଫା ଦାବିନେଇ ଆଜି ଏକ ରାଲି ସ୍ଥାନୀୟ କାଳି ପଡ଼ିଆରୁ ବାହାରି ସଦର ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା। ମଂଚ ପକ୍ଷରୁ ପ୍ରତ୍ୟେକ ତହସିଲ ମାଧ୍ୟମରେ ସର୍ଭେ କରି ଜମାକାରୀଙ୍କ ଟଙ୍କା ପ୍ରଦାନ, ଆର୍ଥିକ ସଂସ୍ଥା ମାଲିକମାନଙ୍କୁ ଗିରଫ ସହ ସେମାନଙ୍କ ସ୍ଥାବର ଅସ୍ଥାବର ସଂପତି ଜବତ କରିବା ଓ ଜମା ଟଙ୍କା ଫେରସ୍ତ କରିବାକୁ ଦାବି କରାଯାଇଥିଲା। ଏହାସହିତ ସ୍ୱତନ୍ତ୍ର ଆଇନ ପ୍ରଣୟନ ସହ […]

kjr

Rakesh Mallick
  • Published: Monday, 24 August 2015
  • , Updated: 24 August 2015, 12:14 PM IST

କେନ୍ଦୁଝର:  ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତମଂଚ ପକ୍ଷରୁ ୫ ଦଫା ଦାବିନେଇ ଆଜି ଏକ ରାଲି ସ୍ଥାନୀୟ କାଳି ପଡ଼ିଆରୁ ବାହାରି ସଦର ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା। ମଂଚ ପକ୍ଷରୁ ପ୍ରତ୍ୟେକ ତହସିଲ ମାଧ୍ୟମରେ ସର୍ଭେ କରି ଜମାକାରୀଙ୍କ ଟଙ୍କା ପ୍ରଦାନ, ଆର୍ଥିକ ସଂସ୍ଥା ମାଲିକମାନଙ୍କୁ ଗିରଫ ସହ ସେମାନଙ୍କ ସ୍ଥାବର ଅସ୍ଥାବର ସଂପତି ଜବତ କରିବା ଓ ଜମା ଟଙ୍କା ଫେରସ୍ତ କରିବାକୁ ଦାବି କରାଯାଇଥିଲା। ଏହାସହିତ ସ୍ୱତନ୍ତ୍ର ଆଇନ ପ୍ରଣୟନ ସହ ଠକାମି କିପରି ପୁର୍ନବାର ନ ହେବ ସେଥିପାଇଁ  ସରକାର ସାଧାରଣ ନାଗରିକଙ୍କୁ ସଚେତନତା କରିବାକୁ କୁହାଯାଇଛି। ଏଥିରେ ଜିଲ୍ଲାର ଶତାଧିକ କ୍ଷତିଗ୍ରସ୍ତ ଜମାକାରୀ ଯୋଗ ଦେଇଥିଲେ।

Related story