କେନ୍ଦୁଝର: ଗୋଷ୍ଠୀ ସଂଘର୍ଷ ପ୍ରତିବାଦରେ କଂଗ୍ରେସର ଆନ୍ଦୋଳନ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ବରାଙ୍ଗ ଗାଁରେ ପଞ୍ଚାୟତ ନିର୍ବାଚନ ପ୍ରଚାର ବେଳେ ବିଜେଡି ଓ କଂଗ୍ରେସ କର୍ମୀ ସଂଘର୍ଷ ଘଟଣାକୁ ନେଇ ଅସନ୍ତୋଷ ତେଜୁଛି। ଏହାର ପ୍ରତିବାଦରେ ଆଜି କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି। ଦଳୀୟ କର୍ମୀ ଓ ନେତାମାନେ ପାଣିକୋଇଲି-କେନ୍ଦୁଝର ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ଦୁଇ ଦିନ ତଳେ ନିର୍ବାଚନ ପ୍ରଚାର ବେଳେ ହୋଇଥିବା ସଂଘର୍ଷରେ ଜଣେ କଂଗ୍ରେସ କର୍ମୀ ଗୁରୁତର ଆହତ ହୋଇଥିଲେ।

kendujhara

Rakesh Mallick
  • Published: Tuesday, 07 February 2017
  • , Updated: 07 February 2017, 05:56 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ବରାଙ୍ଗ ଗାଁରେ ପଞ୍ଚାୟତ ନିର୍ବାଚନ ପ୍ରଚାର ବେଳେ ବିଜେଡି ଓ କଂଗ୍ରେସ କର୍ମୀ ସଂଘର୍ଷ ଘଟଣାକୁ ନେଇ ଅସନ୍ତୋଷ ତେଜୁଛି। ଏହାର ପ୍ରତିବାଦରେ ଆଜି କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି। ଦଳୀୟ କର୍ମୀ ଓ ନେତାମାନେ ପାଣିକୋଇଲି-କେନ୍ଦୁଝର ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା।

ଦୁଇ ଦିନ ତଳେ ନିର୍ବାଚନ ପ୍ରଚାର ବେଳେ ହୋଇଥିବା ସଂଘର୍ଷରେ ଜଣେ କଂଗ୍ରେସ କର୍ମୀ ଗୁରୁତର ଆହତ ହୋଇଥିଲେ।

Related story