କେନ୍ଦୁଝର ଜେଲରେ କଏଦୀଙ୍କ ମୃତ୍ୟୁ

କେନ୍ଦୁଝର: ଦୁଷ୍କର୍ମ ଅଭିଯୋଗରେ କେନ୍ଦୁଝର ଜେଲ୍‌ରେ ସଜା କାଟୁଥିବା ଜଣେ କଏଦୀଙ୍କର ଆଜି ମୃତ୍ୟୁ ଘଟିଛି। ତାଙ୍କ ନାଁ ମକୁରୁ ମୁଣ୍ଡା। ତାଙ୍କ ଘର ତେଲକୋଇ ଥାନା ଅନ୍ତର୍ଗତ ଶିବନାରାୟଣପୁରଗୋଡ଼ାରେ। ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ଏକ ଦୁଷ୍କର୍ମ ମାମଲାରେ ମକୁରୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପାଇଥିଲେ। ତାଙ୍କ ଶାରୀରିକ ଅବସ୍ଥା ଭଲ ଥିଲା ବୋଲି କେନ୍ଦୁଝର ଜେଲର୍ କହିଛନ୍ତି। ତେବେ ଆଜି ସକାଳେ  ୩ ନମ୍ବର କଠୋରୀରେ ସେ ଅଚେତ ପଡ଼ିଥିଲେ। ତାଙ୍କୁ […]

kendujharajail

Rakesh Mallick
  • Published: Friday, 27 January 2017
  • , Updated: 27 January 2017, 04:09 PM IST

କେନ୍ଦୁଝର: ଦୁଷ୍କର୍ମ ଅଭିଯୋଗରେ କେନ୍ଦୁଝର ଜେଲ୍‌ରେ ସଜା କାଟୁଥିବା ଜଣେ କଏଦୀଙ୍କର ଆଜି ମୃତ୍ୟୁ ଘଟିଛି। ତାଙ୍କ ନାଁ ମକୁରୁ ମୁଣ୍ଡା। ତାଙ୍କ ଘର ତେଲକୋଇ ଥାନା ଅନ୍ତର୍ଗତ ଶିବନାରାୟଣପୁରଗୋଡ଼ାରେ। ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।

ଏକ ଦୁଷ୍କର୍ମ ମାମଲାରେ ମକୁରୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପାଇଥିଲେ। ତାଙ୍କ ଶାରୀରିକ ଅବସ୍ଥା ଭଲ ଥିଲା ବୋଲି କେନ୍ଦୁଝର ଜେଲର୍ କହିଛନ୍ତି। ତେବେ ଆଜି ସକାଳେ  ୩ ନମ୍ବର କଠୋରୀରେ ସେ ଅଚେତ ପଡ଼ିଥିଲେ। ତାଙ୍କୁ ତୁରନ୍ତ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Related story