କୋଣାର୍କ: ଲୋଟସ ରିସର୍ଟ ପରିସରରେ ଦୀପାବଳି ପାଳନ କଲେ ବିଦେଶୀ ପର୍ଯ୍ୟଟକ

କୋଣାର୍କ: କୋଣାର୍କ ପୁରୀ ବେଳାଭୂମି ମାର୍ଗରେ ଥିବା ଲୋଟସ ରିସର୍ଟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ୨୧ଜଣ ବିଦେଶୀ ପର୍ଯ୍ୟଟକ ପାରମ୍ପରିକ ଢଙ୍ଗରେ ଦୀପାବଳି ପାଳନ କରିଛନ୍ତି। ଯାହାକି ପରିବେଶକୁ ଉତ୍ସବ ମୁଖର କରିଦେଇଥିଲା। ଦୀର୍ଘ ୫ବର୍ଷ ଧରି ରୁଷିଆ ମସ୍କୋ ସହରର ଆୟୁର୍ବେଦ ଡ. ମାଇକେଲଙ୍କ ନେତୃତ୍ୱରେ ଓଡ଼ିଶା ଆସୁଥିବା ବିଦେଶୀ ପର୍ଯ୍ୟଟକମାନେ ପ୍ରତ୍ୟେକବର୍ଷ ପରି ଚଳିତବର୍ଷ କାଳୀପୂଜା ଅବସରରେ ରାମଚଣ୍ଡି କୁଶଭଦ୍ରା ନଦୀତଟରେ ବୃକ୍ଷରୋପଣ କାର୍ଯ୍ୟ କରିଥିଲେ। ସନ୍ଧ୍ୟାରେ ଲୋଟସ ରିସର୍ଟ ନିକଟ କୁଶଭଦ୍ରା ନଦୀତଟରେ ପର୍ଯ୍ୟଟକମାନେ ମିଳିତ […]

konarka -5

Rakesh Mallick
  • Published: Wednesday, 11 November 2015
  • , Updated: 11 November 2015, 03:24 AM IST

କୋଣାର୍କ: କୋଣାର୍କ ପୁରୀ ବେଳାଭୂମି ମାର୍ଗରେ ଥିବା ଲୋଟସ ରିସର୍ଟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ୨୧ଜଣ ବିଦେଶୀ ପର୍ଯ୍ୟଟକ ପାରମ୍ପରିକ ଢଙ୍ଗରେ ଦୀପାବଳି ପାଳନ କରିଛନ୍ତି। ଯାହାକି ପରିବେଶକୁ ଉତ୍ସବ ମୁଖର କରିଦେଇଥିଲା। ଦୀର୍ଘ ୫ବର୍ଷ ଧରି ରୁଷିଆ ମସ୍କୋ ସହରର ଆୟୁର୍ବେଦ ଡ. ମାଇକେଲଙ୍କ ନେତୃତ୍ୱରେ ଓଡ଼ିଶା ଆସୁଥିବା ବିଦେଶୀ ପର୍ଯ୍ୟଟକମାନେ ପ୍ରତ୍ୟେକବର୍ଷ ପରି ଚଳିତବର୍ଷ କାଳୀପୂଜା ଅବସରରେ ରାମଚଣ୍ଡି କୁଶଭଦ୍ରା ନଦୀତଟରେ ବୃକ୍ଷରୋପଣ କାର୍ଯ୍ୟ କରିଥିଲେ। ସନ୍ଧ୍ୟାରେ ଲୋଟସ ରିସର୍ଟ ନିକଟ କୁଶଭଦ୍ରା ନଦୀତଟରେ ପର୍ଯ୍ୟଟକମାନେ ମିଳିତ ହୋଇ ମାଟିଦୀପ ପ୍ରଜ୍ୱଳନ କରିବା ପରେ କାଉଁରିଆ ଜାଳି ବାଣ ଫୁଟାଇବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଓଡ଼ିଆ ଶାଢୀରେ ବିଦେଶୀ ମହିଳାମାନେ ଓଡ଼ିଶା ସଂସ୍କୃତିର ପ୍ରାଚୀନ ଐତିହ୍ୟ ଓ ପରମ୍ପରାକୁ ପରିସ୍ପୁଟନ କରିଥିଲେ। ଆଲୋକର ପର୍ବ ଦୀପାବଳିରେ ସାରା ବିଶ୍ୱରେ ଶାନ୍ତି ଓ ଭାଇଚାରା ଆଣିଦେବା ଉଦ୍ଦେଶ୍ୟରେ ବିଦେଶୀ ପର୍ଯ୍ୟଟକମାନେ ବେଶ ଆନନ୍ଦ ଉଲ୍ଲାସରେ ଏହି ପର୍ବ ପାଳିଥିଲେ।

Related story