କୋରାପୁଟ ଓ ରାୟଗଡ଼ାରେ ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର

କୋରାପୁଟ/କଲ୍ୟାଣସିଂହପୁର: କୋରାପୁଟ ବନ୍ଧୁଗାଁ ଓ ରାୟଗଡ଼ା କଲ୍ୟାଣସିଂହପୁରରେ ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର ଲାଗିଛି। ଫଳରେ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ପୋଲିସ ଖବର ପାଇ ଘଟଣାସ୍ଥଳରୁ ପୋଷ୍ଟର ଜବତ କରି ତଦନ୍ତ ଆରମ୍ଭ କରିଛି। ଦୀର୍ଘ ଦିନର ପରେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ମାଓ ପୋଷ୍ଟର ଏବଂ ବ୍ୟାନର ଲାଗିଛି। କାତୁଲପେଟା ଓ ଆଲମଣ୍ଡା ଅଞ୍ଚଳର ଶହଶହ ଏକର ଜମିରେ ମାଓବାଦୀମାନେ ଲାଲ ପତାକା ଲଗାଇଛନ୍ତି। ପୋଷ୍ଟରରେ ଆଦିବାସୀଙ୍କୁ ଜମି ଫେରାଅ, ନ ହେଲେ ପ୍ରଜାକୋର୍ଟରେ ଦଣ୍ଡ […]

naxal bannar-inkalyansinghpur

Rakesh Mallick
  • Published: Friday, 14 April 2017
  • , Updated: 14 April 2017, 05:40 PM IST

କୋରାପୁଟ/କଲ୍ୟାଣସିଂହପୁର: କୋରାପୁଟ ବନ୍ଧୁଗାଁ ଓ ରାୟଗଡ଼ା କଲ୍ୟାଣସିଂହପୁରରେ ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର ଲାଗିଛି। ଫଳରେ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ପୋଲିସ ଖବର ପାଇ ଘଟଣାସ୍ଥଳରୁ ପୋଷ୍ଟର ଜବତ କରି ତଦନ୍ତ ଆରମ୍ଭ କରିଛି।

ଦୀର୍ଘ ଦିନର ପରେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ମାଓ ପୋଷ୍ଟର ଏବଂ ବ୍ୟାନର ଲାଗିଛି। କାତୁଲପେଟା ଓ ଆଲମଣ୍ଡା ଅଞ୍ଚଳର ଶହଶହ ଏକର ଜମିରେ ମାଓବାଦୀମାନେ ଲାଲ ପତାକା ଲଗାଇଛନ୍ତି। ପୋଷ୍ଟରରେ ଆଦିବାସୀଙ୍କୁ ଜମି ଫେରାଅ, ନ ହେଲେ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ପୋଷ୍ଟରର ତେଳେ ସିପିଆଇ ମାଓବାଦୀ କୋରାପୁଟ ଶ୍ରୀକାକୁଲମ ଡିଭିଜନ ଲେଖାଯାଇଛି।

ସେହିପରି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାରସାଲିରେ ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର ଲାଗିଛି। ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଓ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏହି ପୋଷ୍ଟର ଲାଗିଛି। ଡଙ୍ଗରିଆ ପିଲାଙ୍କୁ ପୋଲିସ ଇନ୍‌ଫର୍ମର କରାନଯାଉ ଓ ବେଦାନ୍ତ ଚାରି ପାର୍ଶ୍ୱ ରାସ୍ତା ପ୍ରଶସ୍ତ କରାନଯାଉ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।

Related story