କୋରାପୁଟରେ ଲଗାଣ ବର୍ଷା, ଜୀବନଯାତ୍ରା ପ୍ରଭାବିତ; ଭାସିଯାଇ ଜଣଙ୍କ ମୃତ୍ୟୁ

କୋରାପୁଟ: କୋରାପୁଟ ଜିଲ୍ଲାରେ ଲଗାଣ ବର୍ଷା। ପ୍ରଭାବିତ ହୋଇଛି ଜୀବନ ଯାତ୍ରା। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୮ଶହ ୧୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ସଦର ମହକୁମା କୋରାପୁଟରେ ସର୍ବାଧିକ ୨୦୫ ମିଲିମିଟର ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ସେମିଳିଗୁଡ଼ାଠାରୁ ନନ୍ଦପୁର-ପାଡୁଆକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଅନେକ ସ୍ଥାନରେ କଲଭର୍ଟ ଉପରେ ପାଣି ପ୍ରବାହିତ ହେଉଛି। ସେମିଳିଗୁଡ଼ା-ପେଟକଣା ରାସ୍ତାରେ ଏକ ପୋଲ ପାରି ହେଉଥିବାବେଳେ ପାଣିରେ ଭାସି ଯାଇ ଶିବଶଙ୍କର ସାହୁ ନାମକ ଜଣେ […]

koraput

koraput

Rakesh Mallick
  • Published: Wednesday, 16 September 2015
  • Updated: 16 September 2015, 09:12 AM IST

Sports

Latest News

କୋରାପୁଟ: କୋରାପୁଟ ଜିଲ୍ଲାରେ ଲଗାଣ ବର୍ଷା। ପ୍ରଭାବିତ ହୋଇଛି ଜୀବନ ଯାତ୍ରା। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୮ଶହ ୧୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ସଦର ମହକୁମା କୋରାପୁଟରେ ସର୍ବାଧିକ ୨୦୫ ମିଲିମିଟର ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ସେମିଳିଗୁଡ଼ାଠାରୁ ନନ୍ଦପୁର-ପାଡୁଆକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଅନେକ ସ୍ଥାନରେ କଲଭର୍ଟ ଉପରେ ପାଣି ପ୍ରବାହିତ ହେଉଛି। ସେମିଳିଗୁଡ଼ା-ପେଟକଣା ରାସ୍ତାରେ ଏକ ପୋଲ ପାରି ହେଉଥିବାବେଳେ ପାଣିରେ ଭାସି ଯାଇ ଶିବଶଙ୍କର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କୋଲାବ ଜଳଭଣ୍ଡାରକୁ ମାଛ ମାରିବାକୁ ଯାଇ ରବୀନ୍ଦ୍ର ମଲ୍ଲିକ ନାମକ ଘାଟିଗୁଡ଼ା ଗାଁର ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି। ତେବେ ବିଭିନ୍ନ ସ୍ଥାନକୁ ଯାଇ ପ୍ରଶାସନିକ ଅଧିକାରୀମାନେ ସ୍ଥିତିର ଅନୁଧ୍ୟାନ କରୁଥିବା ସୂଚନା ଦେଇଛନ୍ତି ଜିଲ୍ଲା ଜରୁରୀକାଳିନ ଅଧିକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos